ସରକାରୀ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଠକେଇ, ବନ୍ଧାହେଲେ ରେଳ ଅଧିକାରୀ

ପୂର୍ବରୁ ମଧ୍ୟ ଠକେଇ ମାମଲାରେ ଗିରଫ ହୋଇଥିଲେ

ବାରିପଦା: ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା। ଅଭିଯୁକ୍ତ ଜଣଙ୍କ ରେଳ ବିଭାଗର ଅଧିକାରୀ ହେବା ସହିତ ଗ୍ରୁପ ସି ଓ ଡି ବୋର୍ଡର ସିଲେକ୍ସନ କମିଟିର ସଦସ୍ୟ ରହିଥିଲେ। ବାରିପଦା ଟାଉନ ଥାନା ଅନ୍ତର୍ଗତ ଯମୁନାଦେଇପୁରର ସଦାନନ୍ଦ ମହାନ୍ତ(୫୨) ଏନେଇ ଚଳିତ ମାସ ୬ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁସାରେ ଅଭିଯୁକ୍ତ କିଶୋର ସହିତ ଅଭିଯୋଗକାରୀଙ୍କର ଗତବର୍ଷ ପରିଚିତ ହୋଇଥିଲେ। ରେଳ ବିଭାଗରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡି ନିଯୁକ୍ତିରେ ଅର୍ଥ ପ୍ରଦାନ କରି ଅନେକ ପ୍ରାର୍ଥୀଙ୍କୁ ନିୟୋଜିତ କରିଦେବାର ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ।

ଏହି ପ୍ରକ୍ରିୟାରେ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ଦଫାରେ ୯ ଲକ୍ଷ ୩୧ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଚାକିରୀ ବାବଦକୁ ଟଙ୍କା ଦେଲେ  ପୁଅକୁ ରେଲୱେ ଚାକିରୀରେ ଭର୍ତି କରାଇଦେଇ ପାରିବାର ପ୍ରତିଶ୍ରୁତି ଦେଇଥିଲା ଅଭିଯୁକ୍ତ। ପ୍ରଥମେ ଏକ ଲକ୍ଷ ଟଙ୍କା ଏବଂ ବାକି ଚାରି ଲକ୍ଷ ଟଙ୍କା ଚାକିରୀରେ ଭର୍ତି ହେବା ପରେ ଦେବାକୁ କଥା ହୋଇଥିଲା। ଏନେଇ ଅଭିଯୋଗକାରୀ ନିଜ ଘର ସମେତ ସମ୍ପର୍କୀୟଙ୍କ ନିକଟରୁ ମଧ୍ୟ ଚାକିରୀ ପାଇଁ ଅର୍ଥ ଆଣିଥିଲେ। ଟଙ୍କା ଦେବାର କିଛି ମାସ ପରେ ରେଳ ବିଭାଗର ଯେଉଁ ନିଯୁକ୍ତି ପତ୍ର ମୋବାଇଲକୁ ଆସିଥିଲା, ତାହା ମିଛ ବୋଲି ଜାଣିବାକୁ ପାଇ ଥାନାରେ ଅଭିଯୋଗ ହୋଇଥିଲା। ନ୍ତ ନାମକ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ମାନଙ୍କ ପାଖରୁ ଚାକିରୀ ପାଇଁ ସର୍ବମୋଟ ୯ ଲକ୍ଷ ୩୧ ହଜାର ଟଙ୍କା ଠକି ଦେଇଛନ୍ତି।

ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରୀ ନ କରାଇ ଦେବାରୁ ଥାନାରେ ଲିଖିତ ମାମଲା ରୁଜ୍ଜୁ ହୋଇଥିଲା। ଲିଖିତ ଅଭିଯୋଗ ପାଇବା ପରେ ବାରିପଦା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇଥିଲା। ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ୱରେ ପୁଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଯୋଡା ଅଞ୍ଚଲରୁ ଗିରଫ କରିଥିଲା। ଏହି ଅବସରରେ ପୁଲିସ ଜାଲ ନିଯୁକ୍ତି ସାର୍ଟିଫିକେଟ୍, ଗୋଟିଏ ଏସବିଆଇ ବ୍ୟାଙ୍କର୍ ଚେକ୍ ଓ ଗୋଟିଏ ଓପୋ ସେଲ୍ ଫୋନ୍ ଜବତ କରିଛି। ଅଭିଯୁକ୍ତ କିଶୋର ଚନ୍ଦ୍ର ବେହେରାଙ୍କ ନାମରେ ଚାରି ବର୍ଷ ପୂର୍ବେ ରେଳବାଇ ଚାକିରି ସ୍କାମ ରାକେଟରେ ଜଡିତ ଥିଲେ ଏବଂ ସେହି ସମୟରେ ଭୁବନେଶ୍ୱର କମିଶନରେଟ ଥାନାରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର