ରାଇରଙ୍ଗପୁର/ବାଦାମପାହାଡ଼: ରେଳ ବିଭାଗର ମହାପ୍ରବନ୍ଧକ ଅନିଲ କୁମାର ମିଶ୍ର ଆଜି ଦକ୍ଷିଣ-ପୂର୍ବ ରେଳବାଇ ଚକ୍ରଧରପୁର ଡିଆରଏମ ଆର୍‌ଜେ ରାଠୋର, ପିସିଓମଡି କେ ଝା, ଏଆରଏମ ଅଭିଜିତ ସିଂ ହଲଙ୍କ ସମେତ ସମସ୍ତ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ଦଳ ସହିତ ବାଦାମପାହାଡ଼ ରେଳଷ୍ଟେସନରେ ସକାଳୁ ପହଞ୍ଚି ଷ୍ଟେସନ ପରିସରକୁ ନିରୀକ୍ଷଣ ଓ ଯାଞ୍ଚ କରିଥିଲେ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ଓ ତଦାରଖ କରିଥିଲେ। ନୂତନ ଭାବରେ ଘୋଷିତ ତିନୋଟି ଟ୍ରେନର ଶୁଭାରମ୍ଭ କାର୍ଯ୍ୟ ସ୍ଥଳକୁ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
publive-image
ଏହି ଅବସରରେ ରାଇରଙ୍ଗପୁର ଷ୍ଟେସନଠ।ରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତିଙ୍କୁ ସ୍ୱାଗତ କରି ଦାବିପତ୍ର ପ୍ରଦାନ କରିଥିଲେ ଏବଂ ବିଶେଷ କରି ବାଦାମପାହାଡରୁ ସକାଳୁ ସମୟ ୬ଟାରେ ପ୍ରସ୍ତାବିତ ଟ୍ରେନ ଚାଳୁ କରିବା ଏବଂ ଟାଟାନଗରରୁ ସନ୍ଧ୍ୟାରେ ସମୟ ୮ଟା ଘଟିକା ସୁଦ୍ଧା ଟ୍ରେନକୁ ବାଦାମପାହାଡ଼ ଫେରାଇବା ଆଣିବା ପାଇଁ  ଦାବି ଜଣାଇଥିଲେ ଏବଂ ନୂତନ ଭାବରେ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ରାଜଧାନୀ ଏକ୍ସପ୍ରେସ ଚଳାଇବା ଏବଂ ବାଦାମପାହାଡରୁ କେନ୍ଦୁଝରଗଡ଼ ଷ୍ଟେସନ ପର୍ଯ୍ୟନ୍ତ ସଂଯୋଗୀକରଣ ଏବଂ ଗୋରୁମାହିଷାଣୀ ପର୍ଯ୍ୟନ୍ତ ରେଳ ଲାଇନକୁ ସଂଯୋଗ କରିବାକୁ ଦାବି କରାଯାଇଥିଲା। ଏହା ସହିତ ବାଦାମପହାଡ଼ ଟର୍ମିନାଲ ଷ୍ଟେସନର ସମସ୍ତ ସୁବିଧା ସହିତ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ ବାଦାମପାହାଡ ଷ୍ଟେସନରେ ଶୁଭାରମ୍ଭ କରିବା, ସହିତ ଆଁଲାଯୋଡ଼ି ଷ୍ଟେସନରେ ମଧ୍ୟ ପିଆରସ୍ କାଉଣ୍ଟର ଚାଲୁ କରିବା ପାଇଁ ଦାବି କରିଥିଲେ। ଏହା ସହିତ ବହଲଦା ରୋଡ ଏବଂ ଆଁଲାଯୋଡ଼ି ଷ୍ଟେସନ ମଧ୍ୟରେ ଟାଙ୍ଗରଜୋଡା ପାସେଞ୍ଜର ହଲ୍ଟ ଷ୍ଟେସନ କରିବା ପାଇଁ ଦାବି କରିଥିଲେ।
ଏହି ଅବସରରେ ଜେନେରଲ ମ୍ୟାନେଜର ଅନିଲ କୁମାର ମିଶ୍ର ୩ଟି ନୂତନ ଟ୍ରେନର ଶୁଭାରମ୍ଭ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ସପ୍ତାହିକ ଟ୍ରେନ୍ ବାଦାମପାହାଡ଼ରୁ ଶାଲିମାର କୋଲକାତା ପର୍ଯ୍ୟନ୍ତ, ସାପ୍ତାହିକ ଟ୍ରେନ୍ ବାଦାମପାହାଡରୁ ରାଉରକେଲା ପର୍ଯ୍ୟନ୍ତ ଏବଂ ବାଦାମପାହାଡରୁ ଟାଟାନଗର ପର୍ଯ୍ୟନ୍ତ  ଦୈନିକ ଟ୍ରେନ ଚଳାଚଳ ପାଇଁ ଜଣାଇଥିଲେ। ଆଗାମୀ ଦିନରେ ବାଦାମପହାଡ଼ ସେକ୍ଶନକୁ ଅଧିକ ଗୁରୁତ୍ୱ ଦେବା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ପୂର୍ତ୍ତି ରେଳ ବିଭାଗ ଏବଂ ଭାରତ ସରକାରଙ୍କୁ ବାଦାମପାହାଡରୁ ନୂତନ ଟ୍ରେନ୍ ଚଳାଚଳ ଉପହାର ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ।