ରେଳ ପ୍ଲାଟଫର୍ମ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ବର : ଦେଢ଼ ବର୍ଷ ପରେ ଆଜିଠାରୁ ରେଳ ଷ୍ଟେସନ୍‌ ପ୍ଲାଟଫର୍ମ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଖୋର୍ଧା ରୋଡ୍‌ ଡିଭିଜନ୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଡିଭିଜନ୍‌ ଅଧୀନରେ ଥିବା ସମସ୍ତ ଷ୍ଟେସନ୍‌ରେ ଏହି ନିୟମ ଲାଗୁ ହୋଇଛି। ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୧୦ଟଙ୍କା ରଖାଯାଇଛି। ଭଦ୍ରକରୁ ପଲାସା, ପୁରୀରୁ ଅନୁଗୁଳ ମଧ୍ୟରେ ଥିବା ସମସ୍ତ ୧୩୫ଟି ଷ୍ଟେସନ୍‌ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ଯାତ୍ରୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପକୃତ ହୋଇପାରିବେ। ରେଳବୋର୍ଡର ନିର୍ଦେଶନାମା ଅନୁଯାୟୀ, ପ୍ଲାଟଫର୍ମ ଟିକେଟ୍‌ ବିକ୍ରି ‌ନେଇ ଡିଭିଜନ୍‌ଗୁଡ଼ିକ ନିଷ୍ପତ୍ତି ନେଇପାରିବେ। ତାହାକୁ ଆଧାର କରି ଖୋର୍ଧାରୋଡ୍‌ ରେଳ ଡିଭିଜନ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର