ରାୟଗଡ଼ା: ଆଜି ରାୟଗଡା ଗସ୍ତରେ ରେଳବାଇ ବିଭାଗର ସେଫଟି କମିସନର ବ୍ରିଜେଶ କୁମାର ମିଶ୍ର ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ସକାଳ ସାଢ଼େ ୮ଟାରେ ରେଳବାଇ ସେଫଟି କମିଶନର ଶ୍ରୀ ମିଶ୍ର ପହଞ୍ଚିବା ପରେ ରାୟଗଡା-ସିଙ୍ଗାପୁର ତୃତୀୟ ରେଳ ଲାଇନର ତଦାରଖ କରିଥିଲେ। ତୃତୀୟ ରେଳ ଲାଇନ କାମ ଜୋରସୋରରେ ଚାଲିଥିବା ବେଳେ ଏହାକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାପ୍ତ କରିବା ନେଇ ତାଗିଦ କରିଥିଲେ। ପରେ ସେ ସେଠାରୁ ରାୟଗଡା ରେଳ ଷ୍ଟେସନରେ ଚାଲିଥିବା କାମଗୁଡିକର ତଦାରଖ କରିବା ପରେ ସମୀକ୍ଷା କରିଥିଲେ।
/sambad/media/post_attachments/wp-content/uploads/2024/01/Rgda-Railway-safety-commissioner-2.jpg)
ଷ୍ଟେସନରେ କାମ ଚାଲିଥିବାରୁ ରେଳ ଚଳାଚଳ ଏକ ପ୍ରକାର ବାଧା ପ୍ରାପ୍ତ ହୋଇଛି। କେବଳ ଦୁଇରୁ ତିନୋଟି ଟ୍ରେନ ହିଁ ରାୟଗଡ଼ା ଦେଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ରାୟଗଡ଼ା ରେଳଷ୍ଟେସନର ପୁରୁଣା ଷ୍ଟେସନକୁ ବନ୍ଦ କରିବା ସହ ନୂତନ ଷ୍ଟେସନକୁ ଆରମ୍ଭ କରାଯାଇଛି। ସେଫଟି କମିସନର ଶ୍ରୀ ମିଶ୍ରଙ୍କ ସହ ଡିଆରଏମ ସୌରଭ ପ୍ରସାଦ, ଡିସିଏମ ଏ.କେ ତ୍ରିପାଠୀ, ଏଡିଇଏନ ସଂଜୀବ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-Railway-safety-commissioner-3.jpg)