ମେସ୍କୋରେ ବିନା ଅନୁମତିରେ ରେଲଓ୍ବେ ସାଇଡିଂ, ତଦନ୍ତ କଲେ ପ୍ରଦୂଷଣ ଅଧିକାରୀ

ଦାନଗଦୀ : ବିନା ଅନୁମତିରେ ଚାଲିଛି ରେଳ ସାଇଡିଂ। ମେସ୍କୋ ଷ୍ଟିଲ ପରିସରରେ ଏଭଳି ବେଆଇନ ରେଳ ସାଇଡିଂ ଚାଲିଥିବାବେଳେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଏହାର ତଦନ୍ତ କରି ସଦସ୍ୟ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଗୋଟିଏପଟେ କାରଖାନା ବନ୍ଦ ଥିବାବେଳେ ‘କାମ ନାହିଁ ତ ଦରମା ନାହିଁ’ ନୀତିରେ ଶ୍ରମିକ/କର୍ମଚାରୀଙ୍କୁ ଦରମା ଦିଆଯାଉନାହିଁ। ଅନ୍ୟପଟେ ମେସ୍କୋ ଷ୍ଟିଲ ନିଜର ରେଲଓ୍ବେ ସାଇଡିଂକୁ ଜେଏସଡବ୍‌ଲ୍ୟୁ କାରଖାନାକୁ ଭଡ଼ାରେ ଲଗାଇ ଲାଭ ଉଠାଉଛି। ଅନୁମତି ନଥିଲେ ହେଁ ୨୦୧୯ ରୁ ମେସ୍କୋ ନିଜର ରେଲଓ୍ବେ ସାଇଡିଂକୁ ଜେଏସଡବ୍ଲ୍ୟ ସିମେଣ୍ଟ କାରଖାନାକୁ ଭଡ଼ାରେ ଦେଇଛି।

ବିନା ଅନୁମତିରେ ରେଲଓ୍ବେ ସାଇଡିଂ ଚାଲୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପରେ ଆଜି କଳିଙ୍ଗନଗର ଆ‌ଞ୍ଚଳିକ ପ୍ରଦୂଷଣ ଅଧିକାରୀ ପ୍ରମୋଦ ବେହେରା ଓ ପରିବେଶ ଇଞ୍ଜିନିୟର ମଦନମୋହନ ସାହୁ କ୍ଷେତ୍ର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ଅନୁଧ୍ୟାନ ସହ ନଥିପତ୍ର ଯା‌ଞ୍ଚ ପରେ ରେଲଓ୍ବେ ସାଇଡିଂ ଚଲାଇବାକୁ ‘କନସେଣ୍ଟ ଟୁ ଅପରେଟ’ ପାଇଁ କୌଣସି ଅନୁମତି ନଥିବାର ଜାଣିବାକୁ ପାଇଥିଲେ। ଦୁଇ ଅଧିକାରୀ ତଦନ୍ତ ରିପୋର୍ଟ ସଦସ୍ୟ ସଚିବଙ୍କୁ ପ୍ରଦାନ କରିଥିବା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଚିବଙ୍କ ନିର୍ଦେଶରେ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଅତଏବ ମେସ୍କୋ ରେଲଓ୍ବେ ସାଇଡିଂ ବିନା ଅନୁମତିରେ ଚାଲିବା ପଛରେ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି। ଯଦି ଅନୁମତି ନଥିଲା ତେବେ ମେସ୍କୋ ଷ୍ଟିଲ ଜେଏସଡବ୍ଲକୁ କିଭଳି ଭଡ଼ାରେ ଦେଲା ଏବଂ ଜେଏସଡବ୍ଲୁ କେଉଁ ପ୍ରକାର ନଥିପତ୍ର ବଳରେ କାମାଲ ୱାଗନ ମଗାଇ ପ୍ରଦୂଷିତ କଞ୍ଚାମାଲ ପରିବହନ କଲା ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର