ଇବ୍ଥର୍ମାଲ: ୨୦୧୯ କୋଭିଡ ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହଣି କରୁଥିବା ସମସ୍ତ ପାସେଞ୍ଜର ଓ ଦ୍ରୁତଗାମୀ ଟ୍ରେନର ପୁନଃ ରହଣି ଦାବିରେ ୨୩ ରେ ବେଳପାହାଡ଼ ବନ୍ଦ ସହ ରେଳରୋକ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ବାବଦରେ ବେଲପାହାଡ଼- ଲଖନପୁର ବ୍ଲକ୍ ରେଳ ୟୁଜର୍ସ ଫୋରମ ପକ୍ଷରୁ ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାିଛି।
ଶୁକ୍ରବାର ବେଲପାହାଡ ମାଉସୀ ମନ୍ଦିର ଓ ଲଖନପୁରଠାରେ ରେଳରୋକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବୈଠକରେ ଆନ୍ଦୋଳନକୁ ସଫଳ କରିବା ପାଇଁ ବେଲପାହାଡ଼ ସହରର ପ୍ରତି ପଡ଼ା ଓ ବ୍ଲକ୍ର ପ୍ରତି ଗାଁରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହଣି ଥିବା ୪ଟି ପାସେଞ୍ଜର ଟ୍ରେନ, ତିନିଟି ଦୈନିକ ରହଣି କରୁଥିବା ଏକ୍ସପ୍ରେସ, ମାସକୁ ଦୁଇଥର ରହଣି ଥିବା ଗୋଟିଏ ଏକ୍ସପ୍ରେସ, ମାସକୁ ଥରେ ରହଣି କରୁଥିବା ଗୋଟିଏ ଏକ୍ସପ୍ରେସ ଟ୍ରେନର ରହଣିକୁ ବାତିଲ କରିଥିବା ବେଳେ ଏହାକୁ ପୁନଃ ରହଣି ପାଇଁ ରେଳ ବିଭାଗ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ଆନ୍ଦୋଳନ କରାଯିବ ପାଇଁ ଆଜିର ପ୍ରସ୍ତୁତି ବୈଠକରେ ନିର୍ଣ୍ଣୟ ନିଆଯାଇଥିଲା।
ଆଜିର ବୈଠକରେ ବେଲପାହାଡ଼ ଓ ଲଖନପୁର ବ୍ଲକ ରେଳ ୟୁଜର୍ସ ଫୋରମ୍ ସଭାପତି ବିରଞ୍ଚି ସାହୁ, ସମ୍ପାଦକ ହିତେଶ ଟକ୍କର, ବରିଷ୍ଠ ସଦସ୍ୟ ରାଜେଶ ଶୁକ୍ଳା, ସଞ୍ଜୟ ସିଂ, ସଞ୍ଜୟ ଅଗ୍ରୱାଲ, ଗୁଣନିଧି ପତି, ଭାସ୍କର ପଟେଲ, ଦୀପକ ଭଇଶା, ସତ୍ୟପ୍ରକାଶ ମହାନ୍ତି, ଗୋପୀନାଥ ବେହେରା, ଜେନାମଣି ସେଠ୍, ରାଜେଶ ପଶାୟତ, ଟୁଲୁ ମେହେର, ବିକାଶ ଅଗ୍ରୱାଲ, ପ୍ରମୋଦ ଶୁକ୍ଳା ପ୍ରମୁଖ ବେଲପାହାଡ଼ ବୈଠକରେ ଉପସ୍ଥିତ ଥିଲେ। ଲଖନପୁରଠାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହିତେଶ୍ୱରି ତିହୁରିଆଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେବା ପାଇଁ ଘୋଷଣା କରିଥିଲେ। ହିମଗିର ବ୍ଲକ୍ରୁ ପ୍ରତିନିଧିମାନେ ମଧ୍ୟ ବେଲପାହାଡ଼ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-6.jpg)