ସମ୍ପୂର୍ଣ୍ଣ ଟି‌କେଟ୍‌ ଅର୍ଥ ଫେରାଇବ ରେଳ ବିଭ‌ାଗ

ଭୁବନେଶ୍ବର : କୋଭିଡ୍‌-୧୯ ସ˚କ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି। ସେଥିପାଇଁ ସମସ୍ତ ଯାତ୍ରୀଙ୍କ ଟିକେଟକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବାତିଲ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୧ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି।

କାଉଣ୍ଟରରେ ବୁକିଂ ‌ହୋଇଥିବା‌ ପିଆରଏସ୍‌ ଟିକେଟ କ୍ଷେତ୍ର‌ରେ ମାର୍ଚ୍ଚ ୨୭ ପୂର୍ବରୁ ବାତିଲ କରାଯାଇଥିବା ଟିକେଟର ଟିଡିଆର(ଟିକେଟ ଜମା ରସିଦ) ଯାତ୍ରୀଙ୍କ ଦ୍ବାରା ପୂରଣ କରାଯିବ। ଏଥିରେ ଯାତ୍ରା ବିବରଣୀ ରହିବ। ରିଫଣ୍ତ ବାଲାନ୍ସ ଅର୍ଥ ପାଇବା ଲାଗି ପୂରଣ ହୋଇଥିବା ଫର୍ମ ଯେକୌଣସି ଜୋନାଲ ରେଳ ମୁଖ୍ୟାଳୟ ବାଣିଜ୍ୟିକ ପ୍ରବନ୍ଧକ(ସିସିଏମ) କିମ୍ବା ମୁଖ୍ୟ ଦାବି ଅଧିକାରୀ(ସିସିଓ)ଙ୍କ ନିକଟରେ ଜୁନ ୨୧ ସୁଦ୍ଧା ଜମା କରିବାକୁ ହେବ। ରେଳପଥ ପକ୍ଷରୁ ବ୍ୟାବହାରିକ ଉପଯୋଗ ପାଇଁ ଉଦ୍ଦିଷ୍ଟ ଫର୍ମ ପ୍ରଦାନ କରାଯିବ। ଯାହା ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଦ କରିବା ସମୟରେ କଟାଯାଇଥିବା ଅର୍ଥରାଶି ଫେରାଇ ନେବାର ଲାଭ ପାଇପାରିବେ। ମାର୍ଚ୍ଚ ୨୭ ପରେ ବାତିଲ ହୋଇଥିବା ସମସ୍ତ ଟିକେଟ୍‌ ପାଇଁ ଦେୟ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ଇ-ଟି‌କେଟ୍‌ କ୍ଷେତ୍ରରେ ମାର୍ଚ୍ଚ ୨୭ ପୂର୍ବରୁ ବାତିଲ ହୋଇଥିବା ଟିକେଟ୍‌ର ବାଲାନ୍ସ ରିଫଣ୍ତ ରାଶି ଯାତ୍ରୀଙ୍କ ସେହି ଆକାଉଣ୍ଟ (ଯେଉଁ ଆକାଉଣ୍ଟ ଜରିଆରେ ଟିକେଟ ବୁକି˚ କରାଯାଇଥିଲା)ରେ ଜମା କରି ଦିଆଯିବ। ଆଇଆରସିଟିସି ବାଲାନ୍ସ ରିଫଣ୍ତ ରାଶି ପ୍ରଦାନ କରିବା ଲାଗି ଏକ ବ୍ୟାବହାରିକ ଚାର୍ଟ ପ୍ରସ୍ତୁତ କରିବ। ୨୭ ତାରିଖ ପରେ ବାତିଲ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଦେୟ ଫେରସ୍ତ ହେବ।

ସମ୍ବନ୍ଧିତ ଖବର