ରାୟଗଡା: ରାୟଗଡା ରେଳବାଇ ଷ୍ଟେସନରେ ଟ୍ରେନ ସଫେଇ ପାଇଁ ନିୟୋଜିତ ଠିକା କର୍ମଚାରୀ ବର୍ଦ୍ଧିତ ମଜୁରି ପ୍ରଦାନ ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡିଛି। ସଫେଇ କର୍ମଚାରୀ ପ୍ରାୟ ସାଢେ ୨ବର୍ଷ ଧରି ଏକ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଦୈନିକ ମଜୁରି ବାବଦକୁ ୨୧୦ଟଙ୍କା ପ୍ରଦାନ କରାଯାଉଥିଲା। ତେବେ ଗତ କିଛି ଦିନ ତଳେ ନୂତନ ଠିକାଦାରଙ୍କୁ ନିଯୁକ୍ତି କରାଯିବା ପରେ ରେଳବାଇ ନିୟମ ଅନୁସାରେ ୩୫୯ହିସାବରେ ମଜୁରି ପ୍ରଦାନ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଠିକାଦାର ସଂଘର ଦାବି ଦୃଷ୍ଟି ଦେଉନଥିବାରୁ ୫ଜଣ ସୁପରଭାଇଜରଙ୍କ ସମେତ ୭୦ଜଣ କର୍ମଚାରୀ ଆଜିଠାରୁ କାର୍ଯ୍ୟବନ୍ଦ କରିଥିବା ଜଣାପଡିଛି। ଏହି ଆନ୍ଦୋଳନରେ ସଂଘର ମଳୟ କୁମାର ଦାସ, ଭି.ରମେଶ, ୱାଇ.ସୁଧାକର, ଡାନିଏଲ ମାଣ୍ଡାଙ୍ଗି, ଏସ୍.ମାଝି, ଘାସି ମେଲେକା ଏବଂ ଅନ୍ୟମାନେ ସାମିଲ ହୋଇଛନ୍ତି। ସୂଚନାଥାଉକି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଯୋଗୁଁ ରାୟଗଡା ଦେଇ ଚଳାଚଳ କରୁଥିବା ଦ୍ରୁତଗାମୀ ଟ୍ରେନରେ ସଫେଇ ବନ୍ଦ ରହିଛି।
ମଜୁରି ବୃଦ୍ଧି ଦାବିରେ ରେଳବାଇ ଶ୍ରମିକଙ୍କ ଆନ୍ଦୋଳନ
/sambad/media/post_attachments/wp-content/uploads/2017/10/raygda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)