ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅତିରିକ୍ତ କୋଚ ସଂଯୋଗ

୨ଟି ଏକ୍ସପ୍ରେସରେ ଅଧିକ କୋଚ ସଂଯୋଗ, ୫ ଯୋଡ଼ା ଟ୍ରେନରେ ସ୍ଥାୟୀ ଭାବେ ଅତିରିକ୍ତ କୋଚ

ଭୁବନେଶ୍ବର : ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ସ୍ଥାୟୀ ଭାବେ ଅତିରିକ୍ତ କୋଚ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ୱାରା ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇପାରିବ। ଏହି ଟ୍ରେନଗୁଡିକ ହେଲା ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ୍‌ (୨୦୮୦୫/୨୦୮୦୬), ସମ୍ବଲପୁର-ମନ୍ଦୁଆଡ଼ିହ (ବାରଣାସୀ)-ସମ୍ବଲପୁର ଏକ୍ସପ୍ରେସ (୧୮୩୧୧/୧୮୩୧୨), ସମ୍ବଲପୁର-ହାଓଡା‌-ସମ୍ବଲପୁର ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଭଦ୍ରକ (୨୨୮୦୪/୨୨୮୦୩), ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (୧୮୩୦୩/୧୮୩୦୪) ଓ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ (୧୨୮୯୩/୧୨୮୯୪)।

ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ (୨୦୮୦୫/୨୦୮୦୬)ରେ ବିଶାଖାପାଟଣା ଠାରୁ ମାର୍ଚ୍ଚ ମାସ ୧୬ରୁ ଏବଂ ନୂଆଦିଲ୍ଲୀଠାରୁ ମାର୍ଚ୍ଚ ୧୮ରୁ ଗୋଟିଏ ସ୍ଲିପର୍‌ କ୍ଲାସ କୋଚ ସ୍ଥାୟୀ ଭାବେ ସଂଯୋଗ କରାଯିବ। ସେହିପରି ସମ୍ବଲପୁର-ମନ୍ଦୁଆଡିହ(ବାରଣାସୀ)-ସମ୍ବଲପୁର ଏକ୍ସପ୍ରେସ (୧୮୩୧୧/୧୮୩୧୨)ରେ ମାର୍ଚ୍ଚ ୧୮ରୁ ସମ୍ବଲପୁରରୁ ଓ ମାର୍ଚ୍ଚ ୧୯ରୁ ବାରାଣାସୀରୁ, ସମ୍ବଲପୁର-ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ (୨୨୮୦୪/୨୨୮୦୩) ଭାୟା ଅନୁଗୁଳ ଓ ଭଦ୍ରକରେ ସମ୍ବଲପୁରରୁ ମାର୍ଚ୍ଚ ୨୦ରୁ ଓ ହାଓଡାରୁ ମାର୍ଚ୍ଚ ୨୧ରୁ ପ୍ରତ୍ୟେକ ଗୋଟିଏ ଲେଖାଏ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ (୧୮୩୦୩/୧୮୩୦୪) ଏବଂ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ (୧୨୮୯୩/୧୨୮୯୪) ଟ୍ରେନରେ ଉଭୟ ପାର୍ଶ୍ୱରୁ ମାର୍ଚ୍ଚ ୧୬ରୁ ପ୍ରତ୍ୟେକ ଗୋଟିଏ ଲେଖା ଚେୟାର କାର କୋଚ ସ୍ଥାୟୀ ଭାବେ ସଂଯୋଗ କରାଯିବାକୁ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର