ପୂର୍ବତଟ ରେଳପଥରୁ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗଡ଼ିବ ୧୬ ଯୋଡ଼ା ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ୧୬ ଯୋଡ଼ା ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ହାୱଡ଼ା ଓ କୋଲକାତାକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ହାୱଡ଼ା/ସାନ୍ତ୍ରାଗାଛି/ଶାଲିମାର/କୋଲକାତାକୁ ଚାଲୁଥିବା ଟ୍ରେନଗୁଡ଼ିକରେ ଟିକେଟ ନେଇପାରିବେ। ପୁରୀ-ସାନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ(୦୮୪୦୩/୦୮୪୦୪) ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ପୁରୀଠାରୁ ପ୍ରତି ଶୁକ୍ରବାର ଓ ସାନ୍ତ୍ରାଗାଛିଠାରୁ ମାର୍ଚ୍ଚ ୨୮ପର୍ଯ୍ୟନ୍ତ ପ୍ରତି ଶନିବାର ଚାଲିବ। ସେହିପରି ଶାଲିମାର-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ(୦୮୦୩୭/୦୮୦୩୮) ଜାନୁଆରି ୧୭ ପର୍ଯ୍ୟନ୍ତ ଶାଲିମାରଠାରୁ ପ୍ରତି ଶୁକ୍ରବାର ଏବଂ ପୁରୀଠାରୁ ଜାନୁଆରି ୧୮ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡ଼ିବ। ଏହାବ୍ୟତୀତ କୋଲକାତା-ପୁରୀ-କୋଲକାତା ସ୍ୱତନ୍ତ୍ର ଟ୍ରେନ୍‌(୦୩୧୦୧/୦୩୧୦୨) ଜାନୁଆରି ୨୫ ପର୍ଯ୍ୟନ୍ତ କୋଲକାତାଠାରୁ ପ୍ରତି ଶନିବାର ଓ ପୁରୀଠାରୁ ଜାନୁଆରି ୨୬ ପର୍ଯ୍ୟନ୍ତ ପ୍ରତି ରବିବାର ଚାଲିବ।

466506979

ଟିଟିଲାଗଡ଼-ରାୟଗଡା ମାର୍ଗ ଦେଇ ସମ୍ବଲପୁର ଓ ବନସୱାଡି(‌‌ବେଙ୍ଗାଲୁରୁ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ (୦୮୩୦୧/୦୮୩୦୨) ସମ୍ବଲପୁରଠାରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ପ୍ରତି ବୁଧବାର ଓ ବନସୱାଡ଼ିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚାଲିବ। ସମ୍ବଲପୁର-ଟିଟିଲାଗଡ଼-ରାୟଗଡ଼ା ମାର୍ଗ ଦେଇ ହଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌(୦୮୬୩୫/୦୮୬୩୬) ହଟିଆଠାରୁ ପ୍ରତି ଶୁକ୍ରବାର ଫେବ୍ରୁ୍ଆରି ୨୮ପର୍ଯ୍ୟନ୍ତ ଓ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରୁ ପ୍ରତି ରବିବାର ଦିନ ଚାଲିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୦୭/୦୮୪୦୮) ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ପ୍ରତି ଗୁରୁବାର ଓ ସିକନ୍ଦରାବାଦଠାରୁ ମାର୍ଚ୍ଚ ୨୭ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚାଲିବାକୁ ଥିବା ବେଳେ କଚେଗୁଡ଼ା(ସିକନ୍ଦରାବାଦ)-ଟାଟା-କଚେଗୁଡ଼ା ସ୍ୱତନ୍ତ୍ର ଟ୍ରେନ୍‌(୦୭୪୩୮/୦୭୪୩୭) କେନ୍ଦୁଝରଗଡ଼-ବ୍ରହ୍ମପୁର ମାର୍ଗ ଦେଇ କଚେଗୁଡ଼ାଠାରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପ୍ରତି ସୋମବାର ଓ ଟାଟାଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚାଲିବ। ସେହିପରି ଶ୍ରୀକାକୁଲମ୍‌-କଚେଗୁଡା-ଶ୍ରୀକାକୁଲମ୍‌ ସ୍ୱତନ୍ତ୍ର ଟ୍ରେନ(୦୭୧୪୮/୦୭୧୪୭) କଚେଗୁଡ଼ାଠାରୁ ଫେବ୍ରୁଆରି ୨୩ ପର୍ଯ୍ୟନ୍ତ ପ୍ରତି ରବିବାର ଓ ଶ୍ରୀକାକୁଲମଠାରୁ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ପ୍ରତି ସୋମବାର ଚାଲିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌ (୦୮୫୦୧/୦୮୫୦୨) ବିଶାଖାପାଟଣାଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଏବଂ ସିକନ୍ଦରାବାଦଠାରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରତି ବୁଧବାର ଚଳାଚଳ କରିବ।

ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ(୦୮୫୭୩/୦୮୫୭୪) ବିଶାଖାପାଟଣାଠାରୁ ପ୍ରତି ସୋମବାର ଓ ତିରୁପତିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ। କଚେଗୁଡା-ଶ୍ରୀକାକୁଲମ-ତିରୁପତି ସ୍ୱତନ୍ତ୍ର ଟ୍ରେନ(୦୬୦୧୬/୦୭୪୭୯) କଚେଗୁଡାଠାରୁ ମାର୍ଚ୍ଚ ୨୫ପର୍ଯ୍ୟନ୍ତ ମଙ୍ଗଳବାର ଦିନ ଶ୍ରୀକାକୁଲମକୁ ଓ ଶ୍ରୀକାକୁଲମଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ତିରୁପତିକୁ ଯାତ୍ରା କରିବ। ସାନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ(୦୮୪୨୧/୦୮୪୧୨) ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସାନ୍ତ୍ରାଗାଛିଠାରୁ ପ୍ରତି ଶୁକ୍ରବାର ଓ ଚେନ୍ନାଇଠାରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପ୍ରତି ଶନିବାର ଚାଲିବ। ଚେନ୍ନାଇ-ସାନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ(୦୬୦୫୮/୦୬୦୫୭) ଚେନ୍ନାଇଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଓ ସନ୍ତ୍ରାଗାଛିଠାରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚାଲିବ। ପୁଡୁଚେରୀ-ସାନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ(୦୬୦୧୦/୦୬୦୦୯) ପୁଡୁଚେରୀଠାରୁ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ସାନ୍ତ୍ରାଗାଛିଠାରୁ ମାର୍ଚ୍ଚ ୨ପର୍ଯ୍ୟନ୍ତ ପ୍ରତି ସୋମବାର ପୁଡୁଚେରୀକୁ ଯାତ୍ରା କରିବ। ସାନ୍ତ୍ରାଗାଛି-କୋଏମ୍ବାଟୁର-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ(୮୦୮୧୩/୮୦୮୨୪) ସାନ୍ତ୍ରାଗାଛିଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଓ କୋଏମ୍ବାଟୁରଠାରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ସାନ୍ତ୍ରାଗାଛିକୁ ଯାତ୍ରା କରିବ। ବିଶାଖାପାଟଣା-ଆରକୁ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ(୦୮୫୧୭/୦୮୫୧୮) ଜାନୁଆରି ୨୬ ପର୍ଯ୍ୟନ୍ତ ଉଭୟ ଦିଗରୁ ସ୍ଥିରୀକୃତ ଦିନଗୁଡ଼ିକ ଚଳାଚଳ କରିବ।

ନିୟମିତ ଟ୍ରେନଗୁଡ଼ିକରେ ମାତ୍ରାଧିକ ଭିଡ଼କୁ ଏଡ଼ାଇବା ପାଇଁ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନକୁ ପସନ୍ଦ କରିପାରନ୍ତି। ଏଥିରେ କନଫର୍ମ ବର୍ଥ ମିଳିବାର ଆଶା ଅଧିକ ରହିଛି। ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ମୂଳ ସଂଖ୍ୟା ‘୦’(ଶୂନ) କିମ୍ବା ‘୮’ ରୁ ଆରମ୍ଭ ହୁଏ। ଯାତ୍ରୀମାନେ ନ୍ୟାସନାଲ ଟ୍ରେନ୍‌ ଇନକ୍ୱାରି ସିଷ୍ଟମ(ଏନଟିଇଏସ), ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କିମ୍ବା ଷ୍ଟେସନ୍‌ଠାରେ ଥିବା ଅନୁସନ୍ଧାନ କେନ୍ଦ୍ରଗୁଡ଼ିକରେ ଏ ସମ୍ପର୍କରେ ଜାଣିପାରିବେ। ଅନଲାଇନ୍‌ରେ ଟିକେଟ ବୁକ କରିବାକୁ ଥିବା ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ଓ ମୋବାଇଲ ଆପ୍‌ ମାଧ୍ୟମରେ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ଜାଣି ପାରିବେ। ଏହାବ୍ୟତୀତ ଯାତ୍ରୀମାନେ ପୂର୍ବତଟ ରେଳପଥ ଫେସବୁକ ‘@EASTCOASTRailway’ କିମ୍ବା ଟୁଇଟର ଆକାଉଣ୍ଟ ‘@eastcoastrail’ କୁ ଅନୁସରଣ କଲେ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର