ସମ୍ବଲପୁର : ଭାରତୀୟ ରେଳବାଇ ପକ୍ଷରୁ ଦେଶର ୯୦ଟି ରେଳ ଷ୍ଟେସନର ଆଧୁନିକୀକରଣ କରାଯାଇ ବିମାନ ବନ୍ଦର ଢାଞ୍ଚାରେ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ହବ ଭାବେ ବିକଶିତ କରାଯିବ। ଏହି ୯୦ଟି ଷ୍ଟେସନ ମଧ୍ୟରେ ଓଡ଼ିଶାର ୪ଟି ଷ୍ଟେସନ ସ୍ଥାନ ପାଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର, କଟକ, ସମ୍ବଲପୁର ଓ ଝାରସୁଗୁଡ଼ା। ପ୍ରଥମ ତିନିଟି ଷ୍ଟେସନ ପୂର୍ବତଟ ରେଳବାଇ ଅଧୀନରେ ଆସୁଥିଲାବେଳେ ଝାରସୁଗୁଡ଼ା ଦକ୍ଷିଣ ପୂର୍ବ ରେଳବାଇ ଜୋନ ଅଧୀନରେ ରହିଛି। ୯୦ଟି ଷ୍ଟେସନ ମଧ୍ୟରୁ ୭୦ଟି ଷ୍ଟେସନକୁ ସଂପୃକ୍ତ ରେଳବାଇ ଜୋନ ପକ୍ଷରୁ ବିକଶିତ କରାଯିବ। ୧୯ଟି ପ୍ରମୁଖ ଷ୍ଟେସନକୁ ଏନ୍ବିସିସି, ଆଇଆର୍ଏସ୍ଡିସି, ଆର୍ଆଇଟିଇଏସ୍, ଆଇଆର୍ସିଓଏନ୍ ଭଳି ରାଷ୍ଟ୍ରାୟତ୍ତ ସଂସ୍ଥା ଜରିଆରେ ନବନିର୍ମାଣ କରାଯିବ। ଏକ ମାତ୍ର ଷ୍ଟେସନଭାବେ ଭୁବନେଶ୍ୱର ଷ୍ଟେସନକୁ ଓଡ଼ିଶା ସରକାର ନିଜେ ବିକଶିତ କରିବେ। ଓଡ଼ିଶାର ଅନ୍ୟ ତିନିଟି ଷ୍ଟେସନ କଟକ, ସମ୍ବଲପୁର ଓ ଝାରସୁଗୁଡ଼ାର ସଂପୃକ୍ତ ରେଳବାଇ ଜୋନ ଜରିଆରେ ଆଧୁନିକୀକରଣ କରାଯିବ। ଏହି ବିଶ୍ୱସ୍ତରୀୟ ଷ୍ଟେସନ ନିର୍ମାଣ ପାଇଁ ଗତ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିଥିଲେ ବି ଶୁକ୍ରବାର ରେଳ ମନ୍ତ୍ରଣାଳୟ ତରଫରୁ ଏହାର ଚୂଡ଼ାନ୍ତ ରୂପରେଖ ସଂପର୍କରେ ସୂଚନା ଦିଆଯାଇଛି। ଏହି ଆଧୁନିକୀକରଣ ବ୍ୟବସ୍ଥାରେ ଷ୍ଟେସନ ଗୁଡ଼ିକରେ ସିସିଟିଭି କ୍ୟାମେରା, ଓ୍ଵାଇଫାଇ, ଅତ୍ୟାଧୁନିକ ଷ୍ଟେସନ କୋଠା, ପାଣି କିଓସ୍କ, ଜଳ ଏଟିଏମ, ଏଲ୍ଇଡି ଲାଇଟ, ଏଲ୍ଇଡି ଡିସ୍ପ୍ଲେ ବୋର୍ଡ, ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା, ଲିଫ୍ଟ, ଏସ୍କାଲେଟର, ଚଉକି, ବେଞ୍ଚ, ମଡ୍ୟୁଲାର କ୍ୟାଟେରିଂ କିଓସ୍କ ଆଦି ରହିବ। ଉନ୍ନତ ମାନର ପ୍ରତୀକ୍ଷାଳୟ, ପ୍ରତୀକ୍ଷା କକ୍ଷ, ବିଶ୍ରାମ କକ୍ଷ, ପ୍ରସାଧନ କକ୍ଷ ଉପଲବ୍ଧ ହେବ। ଏହାଛଡ଼ା ସଂପୃକ୍ତ ଷ୍ଟେସନ ଗୁଡ଼ିକରେ ମେଟ୍ରୋ ରେଳ ଷ୍ଟେସନ ଓ ବିମାନ ବନ୍ଦର ଭଳି ଆହୁରି ଅନେକ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ।
ଭୁବନେଶ୍ୱର, କଟକ, ସମ୍ବଲପୁର, ଝାରସୁୁଗୁଡ଼ା ହେବ ବିଶ୍ୱସ୍ତରୀୟ
ବିମାନ ବନ୍ଦର ଢାଞ୍ଚାରେ ବିକଶିତ ହେବ ୯୦ ରେଳ ଷ୍ଟେସନ
/sambad/media/post_attachments/wp-content/uploads/2018/03/rail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)