ଘୁ.ଉଦୟଗିରି: ଚାଷୀଙ୍କ ବର୍ଷ ସାରାର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ଆଜି ସକାଳୁ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ପାଚିଲା ଧାନ ଗଛ ପାଣିରେ ଭିଜିଛି। କଟା ଯାଇଥିବା ଧାନ ବିଲରେ ପଡିଥିବା ବେଳେ ବର୍ଷା ପାଣିରେ ବୁଡ଼ି ଯାଇଛି। କିଛି ଚାଷୀ ଧାନ କାଟି ନିଜନିଜ ଘର ସମ୍ମୁଖରେ ରଖି ପାଲ ଘୋଡେଇ ରଖିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ଅଞ୍ଚଳରେ ଧାନ ଗଛ ପାଚି ଥିବା ବେଳେ ଧାନ କଟା ହୋଇନି। ବର୍ଷା ଯୋଗୁଁ ଜମିରେ ଧାନ ଗଛ ପାଣିରେ ବୁଡ଼ି ରହିଛି। ଆଉକିଛି ସ୍ଥାନରେ ଅଧା ଧାନ କଟା ହୋଇ ଜମିରେ ସେମିତି ପଡି ରହିଛି।

Advertisment

publive-image

ଅନ୍ୟ ପଟେ ପରିବା ଚାଷୀ ମଧ୍ୟ ଏହି ବର୍ଷା ଯୋଗୁଁ ବ୍ୟାପକ କ୍ଷତି ସହିବାକୁ ପଡିଛି। ଫୁଲକୋବି, ବିନସ, ମଟର, ଟମାଟୋ, ବନ୍ଧାକୋବି ଭଳି ପରିବା ଚାଷୀ ନିଜ ପରିବା ଅମଳ ସମୟରେ ଅଦିନିଆ ବର୍ଷା ଦାଉ ସାଜିଛି। ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହେବା ସହ ଫଳନ୍ତି ପରିବା ସବୁ ନଷ୍ଟ ହୋଇଯାଇଛି। ପରିବା ଗଛ ସବୁ ନଷ୍ଟ ହୋଇଯାଇଛି। ବାତ୍ୟା ମିଗଜୋମ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲେଇ ଦେଇଛି। ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ବିନ୍ସ, ଫୁଲକୋବି, ଆଦାୟ ସମୟରେ ଅଦିନିଆ ବର୍ଷା ବ୍ୟାପକ କ୍ଷତି କରିଥିବା ଚାଷୀମାନେ କହିଛନ୍ତି।