ପାଣିପାଗ ବିଭାଗର ସତର୍କ ସୂଚନା: ଦୀପାବଳିରେ ରାତି ସାଢ଼େ ୮ଟା ସୁଦ୍ଧା ହୋଇପାରେ ବଜ୍ରପାତ-ବର୍ଷା

ଭୁବନେଶ୍ୱର: ଆଜି ରାତି ସାଢ଼େ ୮ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହୋଇପାରେ। କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି। ସଞ୍ଜ ନଇଁବା ପୂର୍ବରୁ ବାଣ ଫୁଟା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟାରେ ଦୀପ ଜଳିଛି। ଦୀପାବଳିର ମଧ୍ୟବର୍ତ୍ତି ସମୟରେ ଯଦି ବର୍ଷା ଆସିଯାଏ, ତା’ହେଲେ ବିଶେଷ କରି ପିଲାମାନଙ୍କର ମନରେ ଦୁଃଖ ଆସିବ। ଗୋଟିଏ ପଟେ ରବିବାର ଦିନ ଦୀପାବଳି ପଡ଼ିଥିବାରୁ ଏମତି ବି ପିଲାମାନେ ଗୋଟିଏ ଛୁଟି ଦିନ ହରାଇଛନ୍ତି।

ସମ୍ବନ୍ଧିତ ଖବର