ଭୁବନେଶ୍ୱର: ରାଜ୍ୟର ଉପକୂଳ ଓଡ଼ିଶା ଠାରୁ ଆରମ୍ଭ କରି ପଶ୍ଚିମ, ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାର ଅନେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ହୋଇ ଯାଇଛି। ଏଥିସହ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୨୪ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍ ଆଧାରରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ ପକ୍ଷରୁ ଜାରି ଏକ ଇସ୍ତାହାରରୁ ଏହା ଜାଣିବା ପାଇଁ ମିଳିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍ରୁ ଜାଣିବାକୁ ମିଳିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୩ ତାରିଖ ସକାଳ ୮ଟା ସୁଦ୍ଧା ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ଏହି ସମୟ ମଧ୍ୟରେ ରାଜ୍ୟର ବରଗଡ଼, ସମ୍ବଲପୁର, ଢ଼େଙ୍କାନାଳ, ଭଦ୍ରକ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ଠାଏ ଠାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଏହି ବୁଲେଟିନ୍ରେ କୁହାଯାଇଛି।
SkyMateWeatherସେହିପରି ୪ ତାରିଖ (ଶନିବାର) ସକାଳ ୮ଟା ମଧ୍ୟରେ ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଉତ୍ତର ଆଭ୍ୟନ୍ତର ଓଡ଼ିଶାର କନ୍ଧମାଳ, ଗଜପତି, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍ରେ କୁହାଯାଇଛି।
NewsHuntଏବେ ପ୍ରାୟ ଅର୍ଦ୍ଧାଧିକ ଓଡ଼ିଶାରେ ପାଗ ମେଘୁଆ ରହୁଥିବା ଓ ଆକାଶରେ ବାଦଲ ରହିଥିବା କାରଣରୁ ରାଜ୍ୟରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ଟିକିଏ କମିଛି। ଗତକାଲି ରାଜ୍ୟର ୫ ଟି ଜିଲ୍ଲାର ପାରଦ ୧୦ ଡିଗ୍ର୍ରି ତଳକୁ ଖସିଯାଇଥିଲା। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ସେଲସିୟସ୍ ମାଲକାନଗିରି ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ସେଲସିୟସ୍ କେନ୍ଦୁଝର ଠାରେ ରେକର୍ଡ କରାଯାଇଛି। ତେବେ, ଜାନୁଆରି ୭ ତାରଖ ପରେ ପୁଣି ଥରେ ଶୀତ ଲେଉଟିବ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Rain1-2.jpg)