୯ ଯାଏ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରି ତଳକୁ ଖସି ଆସିଥିବା ବେଳେ ପଶ୍ଚିମ ଓଡ଼ିଶାରେ ବି ତାତି କମିଛି। ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ବର୍ଷା ପବନ ହୋଇଛି। କେନ୍ଦୁଝରଗଡ଼ରେ ୧୩ ମି.ମି. ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧୧ ମି.ମି. ହୋଇଛି। ଭୁବନେଶ୍ୱର, କଟକ, ଦାରିଙ୍ଗବାଡ଼ି, ଗଞ୍ଜାମର କେତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀର ପ୍ରଭାବ ରହିବ। ୪ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ୧୦ ତାରିଖ ବେଳକୁ ପାଗରେ ପରିବର୍ତନ ଆସିବ। ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ର୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୯, ବଲାଙ୍ଗୀରରେ ୩୮.୬, ସମ୍ବଲପୁରରେ ୩୭.୭, ମାଲକାନଗିରି ଓ ଭବାନୀପାଟଣାରେ ୩୭.୬, ଅନୁଗୁଳରେ ୩୭.୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର