ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଜୁଳି ସହିତ ବର୍ଷା ଆଶଙ୍କା, ଇଛାପୁରରେ ଜାତୀୟ ରାଜପଥ ଉପରେ ୮ ଫୁଟର ପାଣି,ଆନ୍ଧ୍ରପ୍ରଦେଶ- ଓଡ଼ିଶା ଯୋଗାଯୋଗ ବିଛିନ୍ନ, ଭଞ୍ଜନଗର ରେ ଲୋକଙ୍କ ଘର ଭିତରେ ବନ୍ୟାପାଣି

 

ଭୁବନେଶ୍ୱର: ସମଗ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗତକାଲି ଠାରୁ ପ୍ରବଳ ବର୍ଷା ଳାଗି ରହିଛି। ସାମୁଦ୍ରିକ ଝଡ଼ ଡିପ୍‌ ଡିପ୍ରେସନର ରୂପ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଥିବା ପରିପ୍ରେକ୍ଷୀରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଆଜି ସକାଳ ୭ଟା ସୁଦ୍ଧା କଟକରେ ୧୩୩ ମିଲିମଟରି ବର୍ଷା ହୋଇଥିବା ବେଳେ ପୁରୀରେ ୧୯୧ ମଲିମିଟର ଓ ଭୁବନେଶ୍ୱର ୯୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିାଗ ପକ୍ଷରୁ ରେକର୍ଡ କରାଯାଇଛିି।

ପ୍ରବଳ ବର୍ଷାଯୋଗୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଠି ହୋଇଥିିବା ବେଳେ ଇଛାପୁର ଠାରେ ଜାତୀୟ ରାଜପଥ ବୁଡ଼ି ଯାଇଥିିବାରୁ ଓଡ଼ିଶା- ଆନ୍ଧ୍ରପଦେଶ ମଧ୍ୟରେ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି। ଫଳର ସେଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଗଛ ଉପୁଡ଼ି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇ ରହିଛି। ବର୍ଷା ଯୋଗୁଁ ଭଞ୍ଜନଗରରେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ କଟକ, ଭୁବନେଶ୍ୱରର ତଳିଆ ଅଞ୍ଚଳରେ ପାଣି ଜମି ରହି ଜନଜୀବନକୁ ଅସ୍ତବ୍ୟସ୍ତକରି ଦେଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟଇନ୍‌ରେ କୁହାଯାଇଛି ଯେ, ଖୋର୍ଦ୍ଧା( ଭୁବନେଶ୍ୱର ସହିତ) , କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା,କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼ ଆଦି ଜିଲ୍ଲା ଦିନ ପ୍ରାୟ ସାଢ଼େ ୧୨ଟା ଯାଏ ଘଡ଼ଘଡ଼ି, ବିଜୁଳି ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଏହି ସମୟେରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


ଆମ ଭଞ୍ଜନଗର ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ, ସମଗ୍ର ଭଞ୍ଜନଗରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଭଞ୍ଜନଗର ସହିତ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି। ଭଞ୍ଜନଗର,- ବ୍ରହ୍ମପୁର, ,ଆସ୍କା, ସୋରଡ଼ା,ଧରାକୋଟ, ନଆଗଡ଼, ଦଶପଲ୍ଲା, କନ୍ଧମାଳ ଆଦି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛିି। ଲହରାଖଣ୍ଡି ନଦୀ, ବଡ଼ ନଦୀ ସହିତ ରୁଷିକୂଲ୍ୟା ନଦରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିି।

ସେହିପରି ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ, ମାଧବରିଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ , ବାଘୁଆ ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି ପାଇଥିବାର ସେହି ସବୁ ଜଳସେଚନ ପ୍ରକଳ୍ପର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛିି।


ସେହିପରି ଆନ୍ଧ୍ରପ୍ରଦେଶ- ଓଡ଼ିଶାର ସୀମାନ୍ତ ଇଛାପୁର ଟୋଲ ଗେଟ୍‌ ନିକଟରେ ଜାତୀୟ ରାଜପଥ ବନ୍ୟାଜଳରେ ବୁଡ଼ି ଯାଇଛି। ଜାତୀୟ ରାଜପଥ ଉପରେ ପ୍ରାୟ ୪/୫ ଫୁଟର ପାଣି ପ୍ରବାହିତ ହଉଥିବାରୁ ସେଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।

ଆମ କାମାକ୍ଷାନଗର ପ୍ରତିନିଧିିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡେଙ୍କାନାଳ ଜିଲ୍ଲା ମୁକ୍ତାପଶି ମେଡ଼ିକାଲ ଛକ ନିକଟରେ ଗଛ ଉପୁଡ଼ି ୫୩ ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଥିବାରୁ ଅନୁଗୁଳ-ତାଳଚେର- କାମାକ୍ଷାନଗର- ଯାଜପୁର ମଧ୍ୟରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।

ସମ୍ବନ୍ଧିତ ଖବର