ଭୁବନେଶ୍ୱର: ଚଳିତ ବର୍ଷ ସାରା ରାଜ୍ୟରେ ସ୍ୱଭାବିକ ଠାରୁ କମ୍ ବର୍ଷା ହୋଇଛି। ଫଳରେ ଚାଷ କାମ ପ୍ରଭାବିତ ହୋଇଛି। ମରୁଡ଼ି ନେଇ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ୯୬ଟି ବ୍ଲକରୁ ମରୁଡ଼ି ସମ୍ପର୍କରେ ରିପୋର୍ଟ ମଗାଯାଇଛି। ଶସ୍ୟକଟା ପରିବର୍ତ୍ତେ ଶୁଖା ଅବସ୍ଥା ବିଚାରକୁ ନିଆଯିବ। ୩ ସପ୍ତାହରେ ସ୍ୱଭାବିକ ବର୍ଷାର ଅଧା ହୋଇଥିଲେ, ଶୁଷ୍କ କୁହାଯିବ। ଅକ୍ଟୋବର୧୦ରେ ବିଭାଗର ପରବର୍ତ୍ତି ବୈଠକ ବସିବ ବୋଲି ଜଣାପଡ଼ିଛି।
ଆଗାମୀ ୩ ସପ୍ତାହ ମଧ୍ୟରେ ୫୦%ରୁ କମ୍ ବର୍ଷା ହେଲେ ଶୁଷ୍କ ଅଞ୍ଚଳ ଘୋଷଣା: ରାଜସ୍ୱମନ୍ତ୍ରୀ
/sambad/media/post_attachments/wp-content/uploads/2017/09/Maheswar-mohanty.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)