ଦିନତମାମ୍‌ ତୁହାକୁ ତୁହା ବର୍ଷା; ଫୁଲିଲା ଜଳକା

ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ସ୍ବାଭାବିକ

ବାଲେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବୁଧବାର ତୁହାକୁ ତୁହା ବର୍ଷା ଜାରିରହିଛି। ତେବେ ଉତ୍ତର ବାଲେଶ୍ବର ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ବେଳେ ବାଲେଶ୍ବର ସଦର, ସୋର, ବାହାନଗା, ସିମୁଳିଆ, ଖଇରା ନୀଳଗିରି, ଔପଦା ଓ ରେମୁଣା ଅଞ୍ଚଳରେ କମ୍‌ ବର୍ଷା ‌ ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଜଳକାନଦୀରେ ବିପଦସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ଜଳସ୍ତର ସ୍ବାଭାବିକ ରହିଥିବା ସୂଚନା ଦିଆଯାଇଛି।

ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ବାଲିଆପାଳ ବ୍ଲକରେ ୧୬୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜଳେଶ୍ବର ବ୍ଲକରେ ୧୧୫ ମିମି, ବସ୍ତା ବ୍ଲକରେ ୮୭ ମିମି, ଭୋଗରାଇ ବ୍ଲକରେ ୮୫.୨ମିମି, ବାଲେଶ୍ବର ସଦରରେ ୨୦ ମିମି, ରେମୁଣା ବ୍ଲକରେ ୨୩ ମିମି, ନୀଳଗିରି ବ୍ଲକରେ ୨୨ ମିମି, ସୋର ଓ ବାହାନଗା ବ୍ଲକରେ ୧୮ ମିମି ଲେଖାଏଁ ବର୍ଷା ହୋଇଥିବା ବେଳେ ସିମୁଳିଆ ବ୍ଲକରେ ୧୬ ମିମି, ଖଇରା ବ୍ଲକରେ ୧୭ ମିମି, ଔପଦା ବ୍ଲକରେ ସର୍ବନିମ୍ନ ୧୧ ମିମି ବର୍ଷା ହୋଇଥିଲା। ଜିଲ୍ଲାରେ ସମୁଦାୟ ୫୮୭.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଏହା ହାରାହାରି ୪୮.୯୩ମିମି ରହିଥିବା ରେକର୍ଡ କରାଯାଇଛି।

ସେହିପରି ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତରରେ କୌଣସି ପରିବର୍ତ୍ତନ ଘଟିନାହିଁ। ବିପଦସଙ୍କେତ ଠାରୁ ବହୁ ତଳେ ଜଳସ୍ତର ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ୭.୮୧ମିଟର ଜଳସ୍ତର ରହିଛି। ବୁଢ଼ାବଳଙ୍ଗରେ ବିପଦସଙ୍କେତ ୮.୧୩ମିଟର ରହିଥିବା ବେଳେ ୨.୯୮ ମିଟର ଉପରେ ଜଳ ପ୍ରବାହିତ ହେଉଛି। ଜଳକାରେ ବିପଦସଙ୍କେତ ୫.୫୦ ମିଟର ରହିଥିବା ବେଳେ ବସ୍ତା ମଥାନୀଠାରେ ଏହା ୬.୩୮ମିଟର ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଏହି
ନଦୀକୂଳବାସୀ ଓ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର

Comments are closed.