ଭଦ୍ରକ: ଗୋଟିଏ ଦିନ ବର୍ଷାରେ ଭଦ୍ରକ ସହର ହୋଇଛି ଜଳମୟ। ଲଗାଣ ବର୍ଷାରେ ସହର ହୋଇଛି ଉବୁଟୁବୁ। ସହର ତଳି ଅଞ୍ଚଳ ଠାରୁ ଆରମ୍ଭ କରି ସ୍କୁଲ ଘର ଓ ମନ୍ଦିର ଭିତରେ ପଶିଛି ବର୍ଷା ପାଣି। ସହରର ସବୁ ଡ୍ରେନ ଚୋକ ହୋଇଯାଇଥିବାରୁ ବର୍ଷା ଜଳ ବାହାରକୁ ଯାଇନପାରି ସହରକୁ ଏକ ରକମ୍ ବୁଡ଼ାଇ ରଖିଛି। ରାସ୍ତାଘାଟ ସବୁ ଜଳମୟ ହୋଇଯାଇଛି। ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଭଦ୍ରକର ଗାଁ ଠୁଁ ସହର ସବୁଠି ହୋଇଛି ଜଳମୟ। ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଭଦ୍ରକ ସହର ତଳି ଅଞ୍ଚଳ କଥା ଆହୁରି ବେହାଲ ହୋଇଛି।
ଶୁକ୍ରବାର ରାତିଠାରୁ ଲାଗି ରହିଛି ଭଦ୍ରକରେ ବର୍ଷା। ବିଜୁଳି ଘଡଘଡି ସହ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ହୋଇଛି ଅସ୍ଥବ୍ୟସ୍ତ୍ । ଶନିବାର ସକାଳ ଠାରୁ ସହରରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷାରେ ମଠ ସାହି ସ୍କୁଲ୍, ଅପରତ୍ତିବିନ୍ଧା ସ୍କୁଲ୍ରେ ପାଣି ପଶିଯିବାରୁ ପିଲାମାନେ ଓ ଶିକ୍ଷକ-ଶିକ୍ଷୟତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଶନିବାର ସକାଳୁଆ ସ୍କୁଲ୍ ହୋଇଥିବାରୁ ପିଲାମାନେ ସ୍କୁଲ୍କୁ ଆସିବା ପରେ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା। ଯେଉଁଥି ପାଇଁ ସେମାନେ ଆଉ ଘରକୁ ଫେରି ପାରି ନଥିଲେ। କ୍ଲାସ ଚାଲିଥିବା ବେଳେ ସ୍କୁଲ୍ ଭିତରକୁ ବର୍ଷା ପାଣି ପଶିଯାଇଥିଲା। ଅଭିଭକମାନେ ଆଡ଼ିବା ପରେ ପିଲାମାନଙ୍କୁ ସେମାନଙ୍କ ଘରକୁ ଛଡାଯାଇଥିଲା। ମଠ ସାହି, ଅପର୍ତ୍ତିବିନ୍ଦା ସ୍କୁଲ୍ରେ ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା।
ସେହିପରି ଭଦ୍ରକର ପ୍ରସିଦ୍ଧ ବାବା ଲୋକନାଥ ମନ୍ଦିର ଭିତରେ ବର୍ଷା ଜଳ ପ୍ରବେଶ କରିଥିଲା। ଭଦ୍ରକର ବାଇପାସ୍ସ୍ଥିତ ଜଗନ୍ନାଥ ମନ୍ଦିର ଭିତରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ଡ୍ରେନ୍ର ଅଳିଆ ପାଣି ସବୁ ଲୋକଙ୍କ ଘର, ମନ୍ଦିର ଓ ସ୍କୁଲ୍ ଭିତରେ ପ୍ରବେଶ କରିଥିଲା। ଭଦ୍ରକର ଗାନ୍ଧୀ ପଡିଆ, ନେହେରୁ ଷ୍ଟାଡିୟମ୍, ଭଦ୍ରକ କଲେଜ ପଡିଆ, ଚରମ୍ପା ଆର ସି ବିଏ ଲ୍ ହାଇସ୍କୁଲ ପଡ଼ିଆ ସଂପୂଣ୍ଣ ଭାବରେ ଜଳମୟ ହୋଇଯାଇଛି। ଭଦ୍ରକ ସହରରେ ଅନେକ ସ୍ଥାନରେ ବର୍ଷା ଜଳ ସହରକୁ ବୁଡ଼ାଇ ରଖିଛି। ଭଦ୍ରକ ସହର ତଳି ଅଞ୍ଚଳ ଆରଡ଼ି ଛକ, ଗେଲପୁର, ସନରାଇପୁର, କଲ୍ୟାଣୀ ନଗର, ମହତାବ ନଗର, ବିଜୁପଟ୍ଟନାୟକ ନଗର, କୈବଲ୍ୟ ନଗର, ଚରମ୍ପା, ଏରେଇ, ଏଲଖା, ଡଗରାସହି, ପଥରାଡି, କନ୍ତାପାଲ, ଭାଗ ଲେଦ ଗଳିରେ ଆଣ୍ଠୁଏ ଲେଖାଏଁ ପାଣିରେ ବୁଡ଼ିଛି। ପୁରୁଣା ବଜାର, କୁଆଁଶ, ଭଦ୍ରକର ବାଇପାସ୍ ଆଦି ଅଞ୍ଚଳରେ ବର୍ଷା ଜଳ ଜମି ରହି ଥିବାରୁ ଲୋକଙ୍କ ଘରେ ଡ୍ରେନ୍ର ମଇଲା ଜଳ ପଡ଼ି ଯାଇଛି।
ଭଦ୍ରକର ମେଡ଼ିକାଲ ଭିତରେ ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ଆସୁବିଧାରେ ସମ୍ମୁଖିନ ହୋଇଛନ୍ତି। ସେହିପରି ଭଦ୍ରକର ଅପତ୍ତ୍ତିବିନ୍ଧା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ରୋଡରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ସବୁ ଠାରୁ ବିଡ଼ମ୍ବନାର କଥା ହେଲା ଭଦ୍ରକ ସହରକୁ ଅମୃତ ସହର ଯୋଜନାରେ ସାମିଲ୍ କରାଯାଇଥିବା ବେଳେ ଏଇ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାକୁ ଅବାଟରେ ଖର୍ଚ୍ଚ କରାଯାଇ ଭଦ୍ରକ ଲୋକଙ୍କୁ ସବୁଦିନେ ବୁଡ଼ାଇ ମାରିବାର ଯୋଜନା କରାଯାଉଛି। ଏଥିପାଇଁ ଦ୍ରେନେଜ ବିଭାଗ ସମ୍ପୁର୍ଣ୍ଣ ଭାବରେ ଦାୟୀ। ଏହି ବାଭାଗକୁ ଭଦ୍ରକ ରେ ଡ୍ରେନ କରିବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁ ଥିବା ବେଳେ ଏହାକୁ ଚକୁ କରୁ ଛନ୍ତି ଏହି ବିଭାଗର କିଛି ଦୁର୍ନୀତି ଖୋର୍ ଯନ୍ତ୍ରୀ। ଭଦ୍ରକ ଦ୍ରେନେଜ୍ ବିଭାଗ ଉପରେ କାହାର ଅଙ୍କୁଶ ନଥିବାରୁ ଏହି ବିଭାଗ ଭଦ୍ରକରେ ନିଜ ମର୍ଜିରେ କାମ କରୁଛି। ଭଦ୍ରକରେ ଡ୍ରେନେନ୍ ବିଭାଗ ସହ ତାଳ ମେଲାଇ ପୂର୍ତ୍ତ ବିଭାଗ, ଭଦ୍ରକ ପୌରପାଳିକାର ଟେକ୍ନିକାଲ ଟିମ୍ ମଧ୍ୟ ଠିକ ଭାବରେ ସେମାନଙ୍କ ଅଧୀନରେ ଥିବା ଡ୍ରେନ କାର୍ଯ୍ୟ କରୁ ନାହାନ୍ତି। ଅନ୍ୟ ପଟରେ ଭଦ୍ରକର ଜାତୀୟ ରଜପଥ କର୍ତ୍ତୃପକ୍ଷ ପାଇଁ ମଧ୍ୟ ସହର ଅନେକ ଅଞ୍ଚଳ ଜଳ ନିଷ୍କାସନ ହୋଇ ପାରୁ ନାହିଁ । ଜାତୀୟ ରାଜପଥ କଡ଼ରେ ଡ୍ରେନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ଠିକ୍ ଭାବରେ ନିଷ୍କାସିତ ହୋଇପାରୁନି। ଭଦ୍ରକର ମୁଖ୍ୟ ନାଳ ନଜର ନାଳକୁ ସଫା କରା ଜସୁ ନଥିବାରୁ ବର୍ଷା ହେଲେ ଭଦ୍ରକ ସହର ବୁଡି ଯାଉଛି। ଭଦ୍ରକର ବିପର୍ଯ୍ୟସ୍ତ ଡ୍ରେନ ବ୍ୟବସ୍ଥା ପାଇଁ ବର୍ଷା ଦିନେ ଲୋକେ ଏଭଳି ଅବସ୍ଥା ଭୋଗୁଛନ୍ତି।