କରୋନା ଭୟ ଭିତରେ ବାତ୍ୟା ଭୟ, ଭଦ୍ରକରେ ବର୍ଷା ଆରମ୍ଭ

ଭଦ୍ରକ: କରୋନାର ଭୟ ଭିତରେ ଏବେ ବାତ୍ୟା ଭୟ ପୁଣି ଭଦ୍ରକବାସୀଙ୍କୁ ଘାରିବା ଆରମ୍ଭ କରିଛି। ଆଜି ଅପରାହ୍ନ ଠାରୁ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଭଦ୍ରକରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ଆରମ୍ଭ ସହ ସମୁଦ୍ର କୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ବାତ୍ୟାର ରୂପ କଣ ନେବ ତାହା ଉପରେ ରହିଛି ସମସ୍ତଙ୍କର। ବାତ୍ୟା ଭୟ ଘାରିଥିବାରୁ ଆଜି ବଜାରୁ ଲୋକମାନେ ଛାନିଆରେ ଅତ୍ୟାବଶ୍ୟକ ସାମଗ୍ରୀ କଣି ନେଉଥିବାରୁ ଦେଖିବାକୁ ମିଳିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସରକାରୀ ଅଧିକାରୀମାନଙ୍କୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ଅଞ୍ଚଳ ପ୍ରତି ଅଧିକ ବିପଦ ଥିବା ସୂଚନା ମିଳୁଛି।

ଏହାର ମୁକାବିଲା ପାଇଁ ଏଇ ଦୁଇ ବ୍ଲକର ୭୨ ଟି ପଞ୍ଚାୟତ ଉପରେ ବିଶେଷ ଭାବେ ସତର୍କ ଦୃଷ୍ଟି ଦିଆଯାଉଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲେକାମାନଙ୍କୁ ୧୭ ତାରିଖ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇ ଆସିବାକୁ ପରାମର୍ଶ ଦିଆଯାଇଛି। ଏଇସବୁ ଉପକୂଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀକୁ ଛାଡି ଦେଲେ ୬୩୦ଟି ସ୍କୁଲରେ ଆଶ୍ରୟସ୍ଥଳୀ କରାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ତିନି ଜଣ ନୋଡାଲ ଅଫିସର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର