ଭିଡିଓ: ଭୁବନେଶ୍ୱରରେ ପ୍ରବଳ ବର୍ଷା, ଗରମ-ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି  

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ସନ୍ଧ୍ୟା ପରଠାରୁ ରାତିଯାଏଁ ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ଘଡ଼ଘନି ମଧ୍ୟ ହୋଇଛି । ସନ୍ଧ୍ୟା ପରଠାରୁ ରାତିଯାଏଁ ବର୍ଷା ଲାଗି ରହିବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି ।

ଆଜି ସନ୍ଧ୍ୟା ଠାରୁ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବିଜୁଳ ଓ ଘଡ଼ଘଡ଼ି ସହିତ ରାତି ଯାଏଁ ବର୍ଷା ଜାରି ରହିଥିଲା । ଦୀର୍ଘ ସମୟ ଯାଏଁ ବର୍ଷା ହୋଇଥିବାରୁ ପାଣି ରାସ୍ତା ଉପରେ ପ୍ରବାହିତ ହୋଇଥିଲ । ରାଜଧାନୀର ତଳିଆ ଅଂଚଳରେ ପାଣି ଭର୍ତ୍ତି ହୋଇଛି । ଲୋକଙ୍କୁ ବହୁ ହଇରାଣ ହେବାକୁ ପଡ଼ିଛି । ସେହିଭଳି ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି ଦେଇ ପ୍ରବାହିତ ହୋଇଛି । ଏତଦ୍ ବ୍ୟତୀତ ଭୁବନେଶ୍ୱରର ଅନ୍ୟ କିଛି ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହୋଇଛି ।

ସ୍ଥାନୀୟ ଆଂଚଳିକ ପାଣିପାଗ କେନ୍ଦ୍ରର ଅନୁମାନ ଅନୁସାରେ ରାଜ୍ୟ ସମେତ ଭୁବନେଶ୍ୱରରେ ଆହୁରି ବର୍ଷା ହେବ । ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏବେ ରାଜ୍ୟରେ ବର୍ଷା ଲାଗିରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର