ଆଜି ସକାଳୁ ଏସବୁ ଜିଲ୍ଲାରେ ଜାରି ରହିଛି ବର୍ଷା

ଭୁବନେଶ୍ବର: ଗତକାଲିର ବିଶ୍ଳେଷଣ ଅନୁଯାୟୀ ଆଜି ପାଇଁ ବିଭିନ୍ନ ଜିଲ୍ଲାଗୁଡ଼ିକ ପାଇଁ ଜାରି ହୋଇଥିବା ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବାର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଜି ସକାଳୁ ରାଜ୍ୟର  କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କଟକ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବାର ସୂଚନା ମିଳିଛି। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଲାଗି ରହିଛି ବର୍ଷାର ପ୍ରଭାବ। ତେବେ ଏସବୁ ଜିଲ୍ଲାରେ ବର୍ଷାର ପରିମାଣ  କମ୍ ରହିଛି।
ସୂଚନାଯୋଗ୍ୟ, ପୂର୍ବକେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଶନିବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପବଳୟ ସୃଷ୍ଟି ହେବ। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ହିଁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ ଓ ୨୧ରେ ବିସ୍ତୃତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ  ୨୦ରେ ଗଭୀର ସମୁଦ୍ର ଏବଂ ୨୧-୨୨ ରେ ଓଡ଼ିଶା ଉପକୂଳ ଅଶାନ୍ତ ସମ୍ଭାବନା ଅଧିକ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୨୦ରୁ ୨୨ ଯାଏ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର