ଅଳ୍ପ କେତେଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି। ଗତକାଲି ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୪.୫ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ହୀରାକୁଦରେ ୨୦.୫ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ରାୟଗଡ଼ା, ମୟୁରଭଞ୍ଜ, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ, ସମ୍ବଲପୁର, କୋରାପୁଟ, ଗଜପତି, ବାଲେଶ୍ୱର, ଅନୁଗୁଳ, କନ୍ଧମାଳ, ନୂଆପଡ଼ା, କେନ୍ଦୁଝର ଆଦି ସ୍ଥାନରେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର