ଘୁ. ଉଦୟଗିରି: ଅଣସରରୁ ବାହାରି ଆଜି ଭୋରରୁ ତିନି ଠାକୁର ନବଯୌବନ ବେଶରେ ବ୍ଯକ୍ତଙ୍କୁ ଦର୍ଶନ ଦେଇଥିଲେ ଏବଂ ଅପରାହ୍ନରେ ପବିତ୍ର ରଥଯାତ୍ରାରେ ଝିପିଝିପି ବର୍ଷାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବା ସହ ଘୁ. ଉଦୟଗିରି ବଡ଼ଦାଣ୍ଡ ହେଲା ଲୋକାରଣ୍ୟ। ମହା ଆଡ଼ମ୍ବରରେ ମହାପ୍ରଭୁଙ୍କ ରୀତିନୀତି ପରେ ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ପଣ୍ଡିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇ ମନ୍ଦିର ସେବାୟତଙ୍କ ଦ୍ଵାରା ସମସ୍ତ ନିତିକାନ୍ତି ଅନୁଯାୟୀ ତିନି ଠାକୁରଙ୍କ ନିମନ୍ତେ ଘଣ୍ଟ, ତାଳ, ମୃଦଙ୍ଗ ଧ୍ୱନୀରେ ଏକ ବିରାଟ ପଟୁଆରରେ ଗୋଲାସାହି ସ୍ଥିତ ତ୍ରିନାଥ ମନ୍ଦିରରୁ ଟାହିୟା ମନ୍ଦିରକୁ ଆଣିବା ପରେ ପହଣ୍ଡି ବିଜେ ଆରମ୍ଭ ହେଉ ହେଉ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। ପହଣ୍ଡିରେ ମହାପ୍ରଭୁ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ରଥାରୂଢ  ହୋଇଥିଲେ।

Advertisment

ପରେ ପରେ ତିନି ରଥରେ ଛେରାପହଁରା ନିମନ୍ତେ କେ ରାମାରାଓ ପାତ୍ରଙ୍କ ଘରେ ପହଁଚି ଥିଲେ ଏବଂ ନିମନ୍ତ୍ରଣ କରି ରଥକୁ ଆଣିଥିଲେ। ରଥ ବିଜେ ଓ ଛେରାପହଁରା ନୀତି ସରିବା ପରେ ଚତୁର୍ଧାମୁରତିଙ୍କ ଆଳତି କରାଯିବା ପରେ ଭୋଗ ଲାଗିଥିଲା ତାପରେ ଭକ୍ତଂକୁ ଦର୍ଶନ ଦେଉ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ଵଜ ମାଉସୀ ଘରକୁ ଯାତ୍ରା ଆରମ୍ଭ ହୋଇଥିଲା କିଛି ଦୂର ଯିବା ପରେ ଦର୍ପଦଳନ ମା ସୁଭଦ୍ରାଙ୍କ ରଥଟାଣିଲେ ସ୍ଥାନୀୟ ମହିଳା ଭକ୍ତ କିଛି ସମୟ ପରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ମାଉସୀମା ମନ୍ଦିରକୁ ଯିବା ପୂର୍ବରୁ ସ୍ଥାନେସ୍ଥାନେ ରୁହନ୍ତି ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବା ପରେ ପୁଣି ଗଡେ ନଦିଘୋଷ। ଏମିତି ମହା ଆଡ଼ମ୍ବରରେ  ପାଳିତ ହୋଇଥିଲା  ପ୍ରସିଦ୍ଧ ରଥଯାତ୍ରା। ଚତୁର୍ଦ୍ଧାମୁରତିଙ୍କ ପ୍ରସିଦ୍ଧ ରଥଯାତ୍ରା ନିମିତ୍ତ ଝିପିପଝିପି ବର୍ଷା ସତ୍ତ୍ୱେ ଲୋକାରଣ୍ୟ ହୋଇଥିଲା ସହରର ମୁଖ୍ୟ ସଡ଼କ। ସମସ୍ତ ଭକ୍ତ ଓ ଭଗବାନଙ୍କ ମିଳନରେ ସମ୍ପୂର୍ଣ ପରିବେଶ ଭକ୍ତିମୟ ହୋଇଥିବା ଦେଖିବାକୁ ମିଳିଥିଲା।

ସନ୍ଧ୍ୟାରେ ତିନି ରଥ ଗୁଣ୍ଡିଚା ଘରେ ପହଞ୍ଚିବା ପରେ ଚତୁର୍ଦ୍ଧାମୁରତିଙ୍କ ମାଉସୀ ମା ମନ୍ଦିର ଭିତରକୁ  ପହଣ୍ଡି ହୋଇ ବିଜେ ହୋଇଛନ୍ତି। ରଥଯାତ୍ରା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର କମିଟି ସଭାପତି ବିନୋଦ ବିହାରୀ ଦାଶଙ୍କ ତତ୍ୱବଧାନରେ ମନ୍ଦିର ପରିଚାଳନା କମିଟି ର ଉପସଭାପତି ମନରଞ୍ଜନ ପତି,  ସମ୍ପାଦକ ଅରୁଣ ଷଡଙ୍ଗୀ, କାଳୁଚରଣ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ପାତ୍ର, ସଂଜୟ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ଟି ଅଶ୍ୱିନୀ ପାତ୍ରଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମନ୍ଦିରର ମୁଖ୍ୟ ସେବାୟତ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ଓ ସମସ୍ତ ସେବାୟତଙ୍କ ସହଯୋଗରେ ଏ ବର୍ଷ ଘୋଷଯାତ୍ରା ଅତି ସୁନ୍ଦର ଭାବରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା । ସ୍ଥାନୀୟ ପୁଲିସ ଆଇଆଇସି ଭଗବାନ ପୂଜାରୀଙ୍କ ନେତୃତ୍ୱରେ ଏସଆଇ ଅନନ୍ତ ପ୍ରଧାନ ଉଚ୍ଚ ପଦସ୍ଥ ଅଧିକାରୀ, ଫୋର୍ସ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।