୧୫ରେ ଅଧା ଓଡ଼ିଶାରେ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ୩ ଦିନର ବିରତି ପରେ ରାଜ୍ୟରେ ପୁଣି ତାତି ବଢ଼ିଛି। ୩୫ ଡିଗ୍ରିକୁ ଖସି ଆସିଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ‌ରବିବାର ପୁଣି ୩୮ଡିଗ୍ରି ଛୁଇଁଛି। ଆସନ୍ତା ୨ଦିନ ମଧ୍ୟ ରାଜ୍ୟରେ ପ୍ରବଳ ଖରା ହେବ, ତାତି ବଢ଼ିବ। କିନ୍ତୁ ପାରଦ ୩୯ ଡିଗ୍ରିରୁ ଉପରକୁ ଚଢ଼ିବ ନାହିଁ। ୧୫ ତାରିଖରୁ ପୁଣି ପାଗ ବଦଳିଯିବ। ଖରା କମିବା ସହ ପାଗ ମେଘୁଆ ରହିବ।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ବର୍ଷା ହେବ। ୧୬ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, କଟକ, ଯାଜପୁର ଓ ଢେଙ୍କାନାଳର କିଛି ଅଞ୍ଚଳରେ ଝଡ଼ବର୍ଷା ହେବ। ଏଣୁ ଏହି ୧୦ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ଦିନ ତାପମାତ୍ରା ୩୮ଡିଗ୍ରି ଓ ରାତି ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର