ରାଜ୍ୟର କେତେକ ସ୍ଥାନରେ ବର୍ଷା ଆଶଙ୍କା, ଏହି ସବୁ ଜିଲ୍ଳାରେ ରହିବ ପ୍ରଭାବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଢେଙ୍କାନାଳ, ବରଗଡ଼, କଟକ, ଅନୁଗୁଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ଖୋର୍ଦ୍ଧା ଇତ୍ୟାଦି।

କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ଆକାଶ କାଉଁଳିଆ ରହିବା ସହ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲ୍‌ସିୟସ୍‌ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Down To Earth

ସେହିପରି ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଦେଓଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଛି। ଚାଷୀମାନଙ୍କୁ ବର୍ଷା ସମୟରେ ବାହାରକୁ ବାହାରିବାକୁ ମନା କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଯାଇ ମାଛ ଧରିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର