ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଅଧିକ ସ୍ଥାନରେ ବର୍ଷା ହେଇଛି। ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ନିର୍ଦେଶକ ମନୋରମା ମହାନ୍ତି।
ସେ ଆହୁରି କହିଛନ୍ତି, ଦକ୍ଷିଣ ଓଡ଼ିଶାକୁ କାଳ ବୈଶାଖୀ ଆଲର୍ଟ ଜାରି କରାଯାଇଛି। ଏହାସହ ଉତ୍ତର ଓଡ଼ିଶାରେ ବି ଏହାର ପ୍ରଭାବ ରହିବ। ଆସନ୍ତାକାଲି ଠାରୁ କାଳବୈଶାଖୀର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବି ରହିବ। ସ୍ୱାଭାବିକରୁ ତାପମାତ୍ରା ୫ ରୁ ୭ ଡିଗ୍ରି କମ୍ ରହିଛି। ୧୧ ତାରିଖରୁ ତାପମାତ୍ରା ପୁଣି ବଢିବ। ପ୍ରାୟ ୨ ରୁ ୩ ଡିଗ୍ରି ବଢିବ ତାପମାତ୍ରା।