ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ତିନିଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି। ତେବେ ୨୪ଘଣ୍ଟା ମଧ୍ୟାରେ ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଗତ କିଛିଦିନ ହେବ ବର୍ଷା ଲାଗି ରହିଥିଲା ରାସ୍ତାଘାଟ, ଘରଦ୍ୱାର ପାଣି ଘେରରେ ଥିଲା। ଲୋକମାନଙ୍କୁ ଯାତାୟାତରେ ଅନେକ ଅସୁବିଧା ହେଉଥିଲା। ଧୀରେଧୀରେ ବର୍ଷା ଛାଡ଼ିବା ହେତୁ ପାଣି ବି ଶୁଖି ଯାଇଛି। ପରିସ୍ଥିତି ପୂର୍ବଭଳି ସ୍ୱଭାବିକ ହୋଇଯାଇଛି।

ସେହିପରି ଗତକାଲି ସମ୍ବଲପୁର, ଅନୁଗୁଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼, ମୟୁରଭଞ୍ଜ, କୋରାପୁଟ, ପୁରୀ, ସମ୍ବଲପୁର, ଗଞ୍ଜାମ, ଦେଓଗଡ଼, ବାଲେଶ୍ୱର, ନବରଙ୍ଗପୁର, ଖୋର୍ଦ୍ଧା, କେନ୍ଦୁଝର,ଦେଓଗଡ଼ର କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଗତକାଲି ପୁରୀରେ ସର୍ବାଧିକ ତାପମାତ୍ର ୩୩.୭ଡିଗ୍ରୀ ସେଲସିୟସ୍‌ ଓ ହୀରାକୁଦରେ ୨୦.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା।

ସମ୍ବନ୍ଧିତ ଖବର