ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଦେଓଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ସମୟରେ ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।
ଗତକାଲି ପୁରୀରେ ସର୍ବାଧିକ ତାପମାତ୍ରା ୩୪.୪ଡିଗ୍ରୀ ଥିବା ବେଳେ ହୀରାକୁଦରେ ୨୦.୪ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି କନ୍ଧମାଳ, ବରଗଡ଼, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, ରାୟଗଡ଼ା, ସମ୍ବଲପୁର, ରାୟଗଡ଼ା, ବାଲେଶ୍ୱର, ଦେଓଗଡ଼, କେନ୍ଦ୍ରାପଡ଼ା, ନାୟଗଡ଼ା, କୋରାପୁଟ, ଗଜପତି, ଅନୁଗୁଳ,କଟକ ଆଦି ସ୍ଥାନରେ ବର୍ଷା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rainfall1-2.jpg)