ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି। ତେଣୁ ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।  ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୧ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୮, ସୁନ୍ଦରଗଡ଼ରେ ୮, ଝାରସୁଗୁଡ଼ାରେ ୬, ସମ୍ବଲପୁରରେ ୪, କେନ୍ଦୁଝରରେ ୪, କୋରାପୁଟରେ ୪, ଦେଓଗଡ଼ରେ ୪, ନବରଙ୍ଗପୁରରେ ୪, ମୟୁରଭଞ୍ଜରେ ୪, ବାଲେଶ୍ୱର ୪, ରାୟଗଡ଼ାରେ ୩ ଓ କଳାହାଣ୍ଡିରେ ୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଗତ କାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୮.୦ଡିଗ୍ରି ସେଲସିୟସ୍‌ ରହିଛି।

ସମ୍ବନ୍ଧିତ ଖବର