ଭୁବନେଶ୍ୱର: ଉତ୍ତର ଓ ଦକ୍ଷିଣ ଓଡ଼ିଶା କାଳବୈଶାଖୀର ସମ୍ଭାବନା ରହିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ପ୍ରବଳ ଝଡ଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ପନ୍ଦରଟି ଜିଲ୍ଲାକୁ ରବିବାର ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୁଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି,ରାୟଗଡ଼ା, କନ୍ଧମାଳ ଓ ଢ଼େଙ୍କାନାଳରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ । ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ କାଳ ବୈଶାଖୀ ପ୍ରଭାବରେ ଉପକୂଳ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ମଇ ୪ରୁ ୫ ତାରିଖ ଯାଏଁ ସାରା ଓଡିଶାରେ ତାତି କମିବା ସହ ଉପକୂଳ ଓଡିଶାରେ କାଳ ବୈଶାଖୀର ପ୍ରଭାର ଅନୁଭୂତ ହେବ ।