ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ୱ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ବାତ୍ୟା ଡାଏ ଦୁର୍ବଳ ହୋଇ ଯାଇଥିଲେ ହେଁ ଏହାର ପ୍ରଭାବରେ ରାଜ୍ୟର ୧୦ରୁ ଊର୍ଧ୍ୱ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଆଗମୀ ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେଣୁ ଘଡ଼ଘଡ଼ି ବିଜୁଳି ମାରୁଥିବା ଥିବା ସମୟରେ କାରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଖୋର୍ଦ୍ଧା ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଗତକାଲି ଅନୁଗୁଳ, ଗଞ୍ଜାମ, ଢ଼େଙ୍କାନାଳ, ଯାଜପୁର, ସୋନପୁର, କେନ୍ଦୁଝର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇଥିଲା। ଏହି ବର୍ଷା ହେତୁ କେତେକ ସ୍ଥାନରେ ପାଣି ଜମି ରହିଥିବା ହେତୁ ଯାତାୟାତାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହୋଇଥିଲା।

 

 

 

 

ସମ୍ବନ୍ଧିତ ଖବର