ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି ଗଞ୍ଜାମ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଆଶଙ୍କା ରହିଥିବା ହେତୁ ଚାଷୀ ଭାଇମାନଙ୍କୁ ଏହି ସମୟରେ ବାହାରକୁ ବାହାରିବାକୁ ମନା କରାଯାଇଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ଆକାଶ ବି କାଉଁଳିଆ ରହିବ। ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲ୍ସିୟସ୍ ରହିବା ବେଳେ ସର୍ବନିମ୍ନ ୨୩ ଡିଗ୍ରି ସେଲ୍ସିୟସ୍ ରହିବ। କେବଳ ଚାଷୀ ଭାଇମାନଙ୍କୁ ନୁହେଁ ମତ୍ସ୍ୟଜୀବୀମାନଙ୍କ ପାଇଁ ବି ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସମୟରେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।