ରାଜଧାନୀରେ ବର୍ଷା: ୬୩ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ବର : ୧୧ ତାରିଖ ରାତିରୁ ଭୁବନେଶ୍ବର ଓ ପୁରୀରେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ସବୁ ରେକର୍ଡ ଭାଙ୍ଗିଛି। ଭୁବନେଶ୍ବରରେ ବର୍ଷା ୬୩ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ପୁରୀରେ ସର୍ବକାଳୀନ ରେକର୍ଡ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ସାଢ଼େ ୮ଟାରୁ ସୋମବାର (୧୩ ତାରିଖ) ସକାଳ ସାଢ଼େ ୮ଟା ମଧ୍ୟରେ ଅର୍ଥାତ ୨୪ ଘଣ୍ଟାରେ କେବଳ ରାଜଧାନୀରେ ୧୯୯.୯ ମିମି ବର୍ଷା ହୋଇଯାଇଛି। ଯାହାକି ସେପ୍ଟେମ୍ବର ମାସରେ ୨୪ଘଣ୍ଟାରେ ସର୍ବାଧିକ ବର୍ଷା। ଏହା ୬୩ ବର୍ଷର ରେକର୍ଡ ଭାଙ୍ଗିବା ସହ ସର୍ବକାଳୀନ ରେକର୍ଡ କରିଛି।

ପୂର୍ବରୁ ଭୁବନେଶ୍ବରରେ ୧୯୫୮ ସେପ୍ଟେମ୍ବର ୯ ତାରିଖରେ(୨୪ ଘଣ୍ଟାରେ) ୧୬୩ ମିମି ବର୍ଷା ହୋଇଥିଲା। ସେହିପରି ୨୦୧୪ ସେପ୍ଟେମ୍ବର ପହିଲାରେ ୧୧୬ ମିମି ଓ ୨୦୧୯ ସେପ୍ଟେମ୍ବରରେ ୧୨୬ ମିମି ବର୍ଷା ରେକର୍ଡ ହୋଇଥିଲା। ସେହିଭଳି ପୁରୀରେ ଗତ ୨୪ ଘଣ୍ଟାରେ ୩୪୨.୫ ମିମି ବର୍ଷା ହୋଇଛି। ଯାହାକି ଏକ ସର୍ବକାଳୀନ ‌ରେକର୍ଡ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର