ଭୁବନେଶ୍ବର: ଆଜିଠାରୁ ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଡ଼କୁ ଢଳି ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି। ଏଥିସହ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ମଧ୍ୟ ଜାରି ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ବର୍ଷା ରାଉରକେଲାଠାରେ ୫୯.୧ ମିମି ହୋଇ ଯାଇଥିବା ବେଳେ କେନ୍ଦୁଝରରେ ୪୬.୨ ମିମି, ଦେବଗଡ଼‌ରେ ୪୫ ମିମି, ପାରାଦୀପ ଓ ଜଗତସିଂହପୁରରେ ୩୩.୩ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଭୀଷଣ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।