ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଆଇନ ଭାବେ ପରିଚାଳିତ ଏକ ମେଡିସିନ ଦୋକାନରେ ଆଜି ଚଢ଼ଉ କରାଯାଇଛି। କଳିଙ୍ଗନଗର କେ-୩ ପାଇକରାପୁରରେ ଥିବା ଗେଟ୍ଆଲାଇଭ ହେଲଥକେୟର ଉପରେ ଏହି ଚଢ଼ଉ ହୋଇଛି।
ଗେଟ୍ଆଲାଇଭ ହେଲଥକେୟର ନାମରେ ଅଭିଯୋଗ ହେଲା ପରେ ଡ୍ରଗ କଣ୍ଟ୍ରୋଲ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ଲକ୍ଷାଧିକ ଟଙ୍କାର ମେଡିସିନ ଜବତ କରାଯାଇଛି। ଗେଟ୍ଆଲାଇଭ ହେଲଥକେୟର ନାମରେ ଲାଇସେନ୍ସ ଥିବାବେଳେ ମେଡିସିନ୍ ଷ୍ଟୋରର ଲାଇସେନ୍ସ ନଥିବା ଜଣାପଡ଼ିଛି। ୧୦ରୁ ଅଧିକ ଜବତ ମେଡିସିନକୁ ଟେଷ୍ଟ ପାଇଁ ଲାବ୍କୁ ପଠାଯାଇଛି।
Health | Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/10/10/untitled-21-2025-10-10-16-16-44.jpg)