୧୫ ଜିଲ୍ଲାରେ ବର୍ଷା-ବଜ୍ରପାତ ସମ୍ଭାବନା, ଭୁବନେଶ୍ୱରରେ ବର୍ଷା ଜାରି

ଭୁବନେଶ୍ୱର: ଆଜି ରାତି ୭ଟା ୩୦ ସୁଦ୍ଧା ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଢେଙ୍କାନାଳରେ ବର୍ଷା ସହିତ ବଜ୍ରପାତ ହୋଇପାରେ।

ପାଣିପାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ସନ୍ଧ୍ୟା ୫ଟାରେ ବର୍ଷା ଆରମ୍ଭ  ହୋଇଛି।

ସମ୍ବନ୍ଧିତ ଖବର