ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି

ଭୁବନେଶ୍ୱର: ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସମୁଦ୍ର ପତ୍ତନଠାରୁ ୩.୬ କିମି ଏବଂ ୪.୫ କିଲୋମିଟର ମଧ୍ୟରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତକାଲିଠାରୁ ଦୁଇଦିନ ଧରି ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋବର ଆଶଙ୍କା ରହିଛି। ସେହିପରି ଆଗମୀ ୨୪ଘଣ୍ଟା ମଧ୍ୟେରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ କନ୍ଧମାଳ ରହିଛି।

ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେରେ ସର୍ବନିମ୍ନ ତାପମାତ୍ରା ୧୮.୫ଡିଗ୍ରି ସେଲସିୟସ୍‌ ଥିଲା। ସେହିପରି ଗତକାଲି କଳାହାଣ୍ଡିରେ ୫ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୪ମିମି, ନବରଙ୍ଗପୁରରେ ୪ମିମି, ଜଗତସିଂହପୁର ୩ମିମି, ବାଲେଶ୍ୱରରେ ୩ ମିମି, ଗଞ୍ଜାମରେ ୨ମିମି, ନୟାଗଡ଼ରେ ୨ମିମି, ମୟୂରଭଞ୍ଜରେ ୧ମିମି, ଢ଼େଙ୍କାନାଳରେ ୧ମିମି, ଅନୁଗୁଳରେ ୧ମିମି, ସୁନ୍ଦରଗଡ଼ରେ ୧ମିମି, ଝାରସୁଗୁଡ଼ାରେ ୧ମିମି, କଳାହାଣ୍ଡିରେ ୧ମିମି ଓ ଖୋର୍ଦ୍ଧାରେ ୧ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର