ପାଟଣାଗଡ଼: ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଗତକାଲି ବର୍ଷା ଲାଗି ରହିଥିଲା ରାତି ସାରା ବର୍ଷା ହେବା ଦ୍ବାରା ଏହି ବ୍ଲକ ଅନ୍ତର୍ଗତ ବାଙ୍କିବାହାଲ ପ୍ରାଥିମକ ବିଦ୍ୟାଳୟ ଭିତରେ ବର୍ଷା ଜଳ ସହ ଡ୍ରେନ ପାଣି ଭର୍ତ୍ତି ହୋଇ ଜଙ୍ଘାଏ ରହିଥିବା ଜଣାପଡିଛି। ଫଳରେ ବୁଧବାର ସ୍କୁଲରେ ପାଠ ବନ୍ଦ ହୋଇଥିବା ବେଳେ ପିଲାମାନଙ୍କୁ ନେଇ ଗ୍ରାମରେ ଥିବା କ୍ଲବ ଗରେ ପାଠ ପଢା ହୋଇଛି।
ବାଙ୍କିବାହାଲ ଗ୍ରାମର ମୁଖ୍ୟ ରାସ୍ତାକଡ଼ରେ ପ୍ରାଥମିକ ସ୍କୁଲ ରହିଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ୭୦ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ଗତକାଲି ବର୍ଷା ହୋଇଥିବା ବେଳେ ରାତି ସାରା ବର୍ଷ ହୋଇଥିଲା। ଗତକାଲି ୯୯ ଏମଏମ ବର୍ଷା ହୋଇଥିବା ନେଇ ସରକାରୀ ସ୍ତରରୁ ଜଣାପଡିଛି। ତେବେ ବର୍ଷା ହେବା ଦ୍ବାରା ପ୍ରାଥମିକ ସ୍କୁଲ ଭିତରେ ବର୍ଷା ପାଣି ସହ ଡ୍ରେନ ପାଣି ଜମା ହୋଇ ରହିଥିଲା। ସକାଳୁ ଶିକ୍ଷକମାନେ ସ୍କୁଲକୁ ଆସି ଦେଖି ଛାତ୍ରଛାତ୍ରୀଙ୍କୁ ଗ୍ରାମର କ୍ଲବକୁ ନେଇ ପାଠ ପଢ଼ାଥିବା ଜଣାପଡ଼ିଛି।
ଅପରପକ୍ଷରେ ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ୟା ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ସନ୍ଧ୍ୟା ସମୟରେ ଘଟଣାସ୍ଥଳରେ ବିଡିଓ ସୁମନ ମିଞ୍ଜ ଓ ତହସିଲଦାର ରୁଦ୍ର ମୋହନ ନାଏକ ଓ ଅଗ୍ନିଶମ ବିଭାଗର ଓଆଇସି ସୂର୍ଯ୍ୟମଣି ରଣା ଦମକଳ ବାହିନୀ ନେଇ ପହଞ୍ଚି ସ୍ଥିତି ଦେଖିବା ପରେ ପାଣି ନିଷ୍କାସନ କରିଥିଲେ। ଦୁଇ ଗୋଟି ପାଣି ପାଇପ ଲଗାଇ ଦମକଳ ବାହିନୀ ପାଣି ବାହାର କରୁଥିବା ଜଣାପଡିଛି।
ଏ ସମ୍ପର୍କରେ ଘଟଣା ସମ୍ପର୍କରେ ସୂଚନା ପାଇ ପହଞ୍ଚି ତଦାରଖ କରିଛୁ, ଏଠାରେ ଏକ ପୁରୁଣା ଡ୍ରେନ ରହିଛି, ଯାହା ରାସ୍ତା ଅପର ପାଶ୍ବରେ ଜୈନିକ ବ୍ୟକ୍ତି ଘର କରିଥିବା ଯୋଗୁଁ ପୋତି ହୋଇ ରହିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି, ଫଳରେ ଡ୍ରେନ ପାଣି ଓ ବର୍ଷା ଜଳ ନିଷ୍କାସନ ହୋଇପାରୁନି, ଦମକଳ ବାହିନୀ ସ୍କୁଲ ଭିତରୁ ପମ୍ପ ଲଗାଇ ପାଣି ନିଷ୍କାସନ କରୁଛନ୍ତି, ଶ୍ରୀଘ୍ର ନିଷ୍କାସନ ହେବ ଓ ଆସନ୍ତାକାଲି ଠାରୁ ସ୍କୁଲ ଠିକ୍ ଠାକ୍ ଭାବେ ଚାଲିବ ବୋଲି କହିଥିଲେ।
Balangir | Rain in Odisha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/24/patna-2025-09-24-22-58-35.jpg)