ଦୈତାରି : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରି ପୁରୁଣାବଜାର ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷାପାଣି ପ୍ରବାହିତ ହୋଇଛି। ଫଳରେ ବହୁ ସମୟ ଧରି ପୋଲ ଉପରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment

ପ୍ରବଳ ବର୍ଷା ଯୋଗୁଁ ନାଳରେ ପାଣି ଆସିଥିଲା। ପଣିରେ ଅଳିଆ, ଆବର୍ଜନା ସାଙ୍ଗକୁ ଜଙ୍ଗଲରୁ ଭାସି ଆସିଥିବା କାଠପତ୍ର ପଶି ହ୍ୟୁମ୍‌ପାଇପ୍‌ ଜାମ୍‌ ହୋଇଯାଇଥିଲା। ଫଳରେ ହ୍ୟୁମ୍‌ପାଇପ୍‌ରେ ଜଳ ନିଷ୍କାସନ ହୋଇନପାରି ପୋଲ ଉପର ଦେଇ ପ୍ରବାହିତ ହେବାରୁ ଯାତାୟାତରେ ସମସ୍ୟା ହୋଇଥିଲା। ନାଳ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଛି। ପାଣିର ସ୍ରୋତରେ ଖୁଣ୍ଟ ମୂଳରୁ ମାଟି ଧୋଇ ହୋଇଯାଇଛି। କେଉଁ ମୁହୂର୍ତ୍ତରେ ଖୁଣ୍ଟଟି ଭାଙ୍ଗିଯିବାର ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।