ଭୁବନେଶ୍ବର: ଆଜିଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ, ବର୍ଷାର ପରିମାଣ ଏବଂ ବିସ୍ତୃତି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
🩸ଆଜିଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ, କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି
🩸ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି
🩸ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ
— Meteorological Centre, Bhubaneswar (@mcbbsr) September 22, 2022
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି।
ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।
ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ସକାଳେ ଶୁଖିଲା ପାଗ ପରିଲକ୍ଷିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/rain-m34.jpg)