ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ସୁନ୍ଦରଗଡ଼, ରାଉଲକେଲା, ଝାରସୁଗୁଡ଼ାରେ ୪ ମିଲିମିଟର ବର୍ଷା

ଭୁବନେଶ୍ବର : ଶୁକ୍ରବାର ରାତି ୮ଟା ୪୫ରୁ ରାତି ୧୨ଟା ୪୫ ଭିତରେ ସୁନ୍ଦରଗଡ଼, ରାଉଲକେଲା ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏସବୁ ସ୍ଥାନରେ ମାତ୍ର ଅଧଘଣ୍ଟା ଭିତରେ ୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ପାଣିପାଗ କେନ୍ଦ୍ର ତରଫରୁ ଜାରି ପୂର୍ବାନୁମାନ ଅନୁଯାୟୀ ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ବରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଥିଲା।

ସମ୍ବନ୍ଧିତ ଖବର