ଏହି ସବୁ ସ୍ଥାନରେ ଘଡ଼ଘଡ଼ି ସହିତ କାଳବୈଶାଖୀର ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହିତ କଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ରବିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବାର ବି ଆଶଙ୍କା ରହିଛି। ତେଣୁ ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ । କାରଣ ୫୦ରୁ ୬୦କିଲୋମିଟର ପବନ ବହିବା ହେତୁ ରାସ୍ତାରେ ଗଛଡାଳ ଭାଙ୍ଗିପାରେ। ତା’ସହିତ ବିଜୁଳି ଘଡ଼ଘଡ଼ି ମାରିବାର ଆଶଙ୍କା ରହିଥିବାରୁ ଏନେଇ ସଚେତନ ରହିବାକୁ ପାଣିପାଗ ବିଭଗ ସତର୍କ ସୂଚନା ଜାରି କରିଛି।

ରାଜ୍ୟରେ ବିଜୁଳି ଘଡଘଡି ସହିତ କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ୱର,କନ୍ଧମାଳ,ଗଜପତି,ରାୟଗଡ଼ା,ସୁନ୍ଦରଗଡ଼, କୋରାପୁଟ,ଗଞ୍ଜାମ। ଅନ୍ୟପକ୍ଷରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୩.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୦.୫ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ତଥା ଓଡ଼ିଶାର ଅନ୍ୟ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର