ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳର ବୃଷ୍ଟିପାତର ପରିମାଣ ରେକର୍ଡ କରାଯାଇଛି। ତାହା ଅନୁଯାୟୀ, ନୂଆଗଡ଼ (ଗଜପତି)ରେ ୨୩୭ ମିମି,ଆର. ଉଦୟଗିରିରେ ୨୩୩.୪ ମିମି, ଟାଙ୍ଗି (ଖୋର୍ଦ୍ଧା)ରେ ୨୧୦ ମିମି, ବାଣପୁର(ଖୋର୍ଦ୍ଧା)ରେ ୨୦୦ ମିମି, ସଇଁତଳା(ବଲାଙ୍ଗୀର)ରେ ୧୯୫ ମିମି, ଫୁଲବାଣୀରେ ୧୮୩.୪ ମିମି, ପୁରୀରେ ୧୫୮.୫ ମିମି, ନୂଆଗାଁ (ନୟାଗଡ଼): ୧୫୫ ମିମି ଏବଂ ଓଡଗାଁ (ନୟାଗଡ଼)ରେ ୧୫୨.୧ ମିମି ବର୍ଷା ହୋଇଥିବା ଜଣାଯାଇଛି।
ରାଜ୍ୟରେ ଲଗାଣ ବର୍ଷା ଜାରି: ନୂଆଗଡ଼ରେ ସର୍ବାଧିକ ୨୩୭ ମିମି
/sambad/media/post_attachments/wp-content/uploads/2022/07/rain-m26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)