ଭୁବନେଶ୍ବର : ଶୁକ୍ରବାର ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନର ପାଗ ମେଘୁଆ ରହିଥିବା ବେଳେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ବାଲେଶ୍ବରରେ ୪ ମିମି ଓ ମୟୂରଭଞ୍ଜରେ ୦.୮ ମିମି ରେକର୍ଡ ହୋଇଛି।

Advertisment

ଅପରପକ୍ଷେ ରାଜ୍ୟର ପାରଦ ଧୀରେ ଧୀରେ ଊର୍ଦ୍ଧ୍ବମୁଖା ହେଉଛି। ଗତରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିରେ ୮ ମିମି ରେକର୍ଡ ହୋଇଥିଲା। ଫୁଲବାଣୀରେ ୧୦.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ଓ କଟକର ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୨୦ ଡିଗ୍ରି ଅତିକ୍ରମ କରିଛି। ଗତରାତିରେ ରାଜଧାନୀର ତାପମାତ୍ରା ୨୦.୩ ଡିଗ୍ରି ଓ କଟକରେ ୨୦ ଡିଗ୍ରି ରହିଥିଲା। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ଜାରି ରହିଛି। ଆସନ୍ତା ୨ ଦିନରେ ପୂରା ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଉଭେଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏବେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ରହିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଆଜି ୩୬.୮ ଡିଗ୍ରି ରେକର୍ଡ ହୋଇଛି।