ରାୟପୁର-ବରଗଡ଼ ରେଳଲାଇନ୍‌ ପ୍ରସଂଗ : ଓଡ଼ିଶାରେ ଭୁଲିଗଲେ, ଛତିଶଗଡ଼ରେ ଦାବି ତେଜିଲା

ବରଗଡ଼ : ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଥିବା ପ୍ରସ୍ତାବିତ ରାୟପୁର-ବରଗଡ଼ ରେଳଲାଇନ୍‌ ପାଇଁ ଆଉ କେହି ମୁହଁ ଖୋଲୁନାହାନ୍ତି। ଗତ ବଜେଟ୍‌ ପରେ ଏହି ପ୍ରସଂଗରୁ ସଭିଏଁ ହାତ ଟେକି ଦେଇଛନ୍ତି। ତେବେ ଗୁରୁବାର ଛତିଶଗଡ଼ର ସରେଇପାଲି ନିକଟସ୍ଥ ସିଂଘୋଡା ମନ୍ଦିର ଠାରେ ରାୟପୁର-ବରଗଡ଼ ରେଳଲାଇନ ନିର୍ମାଣ ସଂଘର୍ଷ ସମିତିର ସାଧାରଣ ସଭା ବସିଛି। ସଭାରେ ଛତିଶଗଡ଼ର ବସନା, ପିଥୌଡ଼ା, ସରେଇପାଲି, ସୋହେଲା, ବରଗଡ଼ରୁ ରେଳସେବା ଉପରେ ରାୟପୁରରୁ ବରଗଡ଼ ଭାୟା ପିଥୌଡା, ବସନା, ସରେଇପାଲି ଓ ସୋହେଲା ନୂତନ ରେଳ ଲାଇନ ନିର୍ମାଣ ଦାବି ନେଇ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ସାକ୍ଷାତ କରିବେ। ମହାସମୁନ୍ଦ ଓ ରାୟପୁରର ସାଂସଦଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଏହା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପ୍ରକଳ୍ପକୁ ଆଗେଇ ନେବା ପାଇଁ ସହଯୋଗ ଲୋଡ଼ାଯିବ।

ବୈଠକରେ ବରଗଡ଼ରୁ ପ୍ରଦୀପ ଦେବତା, କୃଷ୍ଣଚନ୍ଦ୍ର ପଣ୍ଡା, ସର୍ଦ୍ଦାର ପ୍ରୀତମ ସିଂ, କମଳ ଯୋଷୀ, କିଶୋର ରଥ, ଅଭିଜିତ ପ୍ରତିହାର, ତୁଳସୀ ଚରଣ ଦାଶ, ଗୋପାଳଚନ୍ଦ୍ର ଦାଶ, ସୋହେଲାରୁ ସତ୍ୟ ପ୍ରଧାନ, ପ୍ରମୋଦ ଦେବତା, ବଲବୀର ସିଂ ଠାକୁର, ସଂଜୀବ ଝାଙ୍କର ଓ ଲଳିତ ଅଗ୍ରୱାଲ ତଥା ସରେଇପାଲି, ବସନା ଓ ପିଥୌଡାରୁ ଦିଲୀପ ଗୁପ୍ତା, ତିଲକ ସାହୁ, ଅମୃତ ଲାଲ ପଟେଲ, ବିବେକ କର, ସେବାଶଙ୍କର ଅଗ୍ରୱାଲା, ହରଦୀପ ସିଂ ରୈନା, ଆଷିକ ହୁସେନ, ସୁରୁ ପାଣିଗ୍ରାହୀ ଯୋଗ ଦେଇଥିଲେ। ସଭାପତି ଅମର ବଗ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର