ଆଦିବାସୀଙ୍କ ନିଆରା ଦିଆଲି ପର୍ବ: ଗାଈଗୋରୁଙ୍କୁ ପୂଜା କରନ୍ତି, ପଶୁଙ୍କ ସହିତ ଗୋଟିଏ ଥାଳିରେ ଖାଆନ୍ତି

ନୂଆ ଫସଲକୁ ପ୍ରଥମେ ରୋଷେଇ କରି ନିଜଘରେ ପୂଜା କରନ୍ତି

କଲ୍ୟାଣସିଂହପୁର: ଆଦିବାସୀ ସଂସ୍କୃତି ବହୁ ପୁରାତନ। ଆଦିବାସୀମାନେ ଆଧୁନିକ ମଣିଷ ଠାରୁ ଚାଲି, ଚଲଣୀ, ଖାଇବା-ପିଇବା, ଆଚାର-ବ୍ୟବହାରରେ ମଧ୍ୟ ଟିକିଏ ଅଲଗା। ସେମାନେ ସରଳ ଓ ନଷ୍କପଟ ଚିନ୍ତାଧାରା ନେଇ ଜୀବନଯାପନ କରିଥାନ୍ତି। ଗାଈଗୋରୁଙ୍କୁ ବହୁତ ଭଲ ପାଆନ୍ତି। ଗାଈଗୋରୁଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି। ଦୀପାବଳି ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ହତୀମୁଣ୍ଡା ଗ୍ରାମର ଆଦିବାସୀମାନେ ଗାଈଗୋରୁଙ୍କୁ ପୂଜା କରନ୍ତି ଓ ପରେ ସେହି ପଶୁମାନଙ୍କ ସହିତ ଏକାଠି ଖାଆନ୍ତି। ସମ୍ଭବତଃ ବିଶ୍ୱରେ ଏଭଳି ପରଂପରା ବିରଳ ହୋଇଥିବା।

ଗତକାଲି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ହତୀମୁଣ୍ଡା ଗ୍ରାମର ଆଦିବାସୀସାହିରେ ଦିଆଲି ପର୍ବ ପାଳନ କରାଯାଇଛି। ଏହି ପର୍ବରେ କେବଳ ଗାଈଗୋରୁ ପୋଢ଼-ମହିଷି, ବଳଦକୁ ପୂଜା କରିଥାନ୍ତି। ଏହି ପୂଜା ଗ୍ରାମର ସାମନ୍ତ, ବସନ୍ତ, କୁନାକାଙ୍କ ଘରୁ ପ୍ରଥମେ ଆରମ୍ଭ ହୋଇଯାଏ। ଏହି ପୂଜା କହିଲେ ଉକ୍ତ ଦିନ ସମସ୍ତ ଗାଈଗୋରୁ ମହିଷି, ବଳଦଙ୍କୁ ଗାଧୁଆ ପାଧୁଆ କରି ଚିକଣ କରି ସଫା କରିଥାନ୍ତି। ପରେ ସେମାନଙ୍କୁ ଅଇଁଣ୍ଠା ଖାଦ୍ୟ ଦିଅନ୍ତି ନାହିଁ। ସିଂଘରେ ଜଡାତେଲ ଲଗାଇ, ବେକରେ ଫୁଲମାଳ ଦେଇ ଚନ୍ଦନ, ସିନ୍ଦୁର ଲଗାଇ ଘର ଦାଣ୍ଡରେ ରଖିଥାନ୍ତି।

ଭିନ୍ନ ଏକ ପରମ୍ପରା। ଭିନ୍ନ ଏକ ପର୍ବକୁ ନେଇ ଆଦିବାସୀଙ୍କ ବର୍ଷରେ କେତେଯେ ପର୍ବ କରନ୍ତି ସେକଥା ସେମାନେ ହିଁ ଯାଣନ୍ତି। ଆଦିବାସୀଙ୍କ ପୂଜା ପର୍ବ ଓ ପରମ୍ପରାକୁ ନେଇ ଅନେକ ତଥ୍ୟ ରହିଥିଲେ ବି ଡିଜିଟାଲ ଯୁଗରେ ଆଜିକାର ଯୁବପିଢ଼ି ଅନେକ ଆଗକୁ ଯାଇଥିଲେ ବି ପୂର୍ବ ପରମ୍ପରାକୁ ପୂର୍ବ ପୁରୁଷଙ୍କ କାର୍ଯ୍ୟଶୈଳୀକୁ ଆଧୁନିକ ସଭ୍ୟତା ଆଜିବି ତାଙ୍କୁ ସ୍ପର୍ଶ କରିନଥିବା କହିଲେ ଭୁଲ ହେବନାହିଁ। ଅନେକ ନାମିତ ପର୍ବ ରହିଥିଲେ ବି ଏମିତି ଏକ ପର୍ବ ପ୍ରତିବର୍ଷ ଦିପାବଳୀ ମାସରେ ପାଳିତ ହୋଇଥିଲେ ବି ଲୋକଲୋଚନକୁ ଆସିନଥାଏ। ଆଦିବାସୀମାନେ ଗଛ, ଡାଳ-ପତ୍ର, ବିହନ, ଫୁଲ, ଫଳ, ଗୋରୁଗାଈ, ଭୂମି, ଦେବାଦେବୀ, ଧରଣୀ, ଡିସାରୀ, ସାମନ୍ତ ବାରିକ ପ୍ରଥା ଆଜି ଜୀବିତ ଅଛି।

ସ୍ଥିତି-ପରିସ୍ଥତିି ଅଭାବୀ ରହିଥିଲେ ବି ପରମ୍ପରା ବଞ୍ଚାଇବା ପାଇଁ ଆଦିବାସୀମାନେ କାର କରନ୍ତି। କେଉଁ ମାସରେ କେଉଁ ଦିନରେ କେଉଁ ତିଥିରେ ଓ ଜହ୍ନଉଦିଆ ଅମାବାସ୍ୟାରେ ଭିନ୍ନଭିନ୍ନ ପୂଜା ପର୍ବ ପର୍ବାଣୀ କରିଥାନ୍ତି ଆଦିବାସୀମାନେ। ଚଳିତ ଦୀପାବଳୀ ଅମାବାସ୍ୟା ଆଗକୁ ରହିଥିବାରୁ ଆଦିବାସୀମାନେ ଦିଆଲି ପର୍ବନାମରେ ଏକ ଭିନ୍ନ ପର୍ବ ପାଳନ କରିଥାନ୍ତି। ଏହି ପର୍ବକୁ ‘ଦିଆଲି’ କହନ୍ତି।

ସୁଚନାଯୋଗ୍ୟ ଯେ ବର୍ଷସାରା ଗୋରୁଙ୍କୁ ପେଜ, କୁଣ୍ଡା, ପାଳ, ଘାସ ଦେଇଥିବା ବେଳେ ପୂଜା ଦିନ କିନ୍ତୁ ନୂଆ ଫସଲ ତଥା ବିରି, କାନ୍ଦୁଲ, ଝୁଡୁଙ୍ଗ, ବଇତାଳୁ, ଲାଉ, ଜହ୍ନି, କଖାରୁ, ଧାନ, ମାଣ୍ଡିଆ, ରୋଷେଇ କରି ଖାଇବାକୁ ଦେବା ସମୟରେ ନିଜଘର ମୁଖ୍ୟା ଗୋରୁଙ୍କ ସହ ଗୋଟିଏ ଦିନ ମିଶି ଖାଦ୍ୟ ଖାଇବା ପରମ୍ପରାକୁ ଦେଖିବାକୁ ମିଳିଥିଲା। ଏହି ଦିନ ମୁଖ୍ୟ ଜଣକ ଗୋରୁଗାଈ, ବଳଦ ପୋଢ଼ ମହିଁଷିିଙ୍କ ସହ ନୂତନ ଖାଦ୍ୟ ଖାଇବା ନିଆରା ଅନୁଭୁତି ବଖାଣିଥାନ୍ତି। ଏହି ପର୍ବ କେଉଁ କାଳରୁ ପଳନ କରିଆସୁଥିବାରୁ ଚଳିତ ବର୍ଷ ମଧ୍ୟ ନୂତନ ଯୁବପିଢ଼ିମାନେ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ବୁକୁଲୁ କାଡ୍ରାକା, ବୁକୁଲୁ କୁନାକା, ତାମାନା କୁନାକା, ପୁଲସିଂ କୁନାକା, ରାଇ ହୁଇକା, ଦାସନା କାଡ୍ରାକାଙ୍କ ସହ ସମସ୍ତ ଗ୍ରାମବାସୀ ଦିଆଲି ପର୍ବ ଆୟଜନ କରି ସମସ୍ତଙ୍କ ଘର ମୁଁହରେ ନିଜନିଜ ଗୋରୁଗାଈଙ୍କୁ ନେଇ ପୂଜା ଅର୍ଚନା କରି ଗୋଟିଏ ଥାଳିରେ ବସି ଖାଦ୍ୟ ଖାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର