ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଂଚଳରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆବାଳ ବୃଦ୍ଧ ବନିତା ଆଜି ଆକାଶକୁ ଚାହିଁ ରହିଥିଲେ। ଖବର ନେଲା ବେଳକୁ ଜଣା ପଡିଲା ଆକାଶରେ ସୂର୍ଯ୍ୟଙ୍କ ଚାରିପାଖରେ ଏକ ବଳୟ ଘେରି ରହିଛି। ଯାହାକି ସମସ୍ତଙ୍କ ପାଇଁ ବିରଳ।ଏଭଳି ଦୃଶ୍ୟ ଅପରାହ୍ନ ୧୧ଟା ରୁ ଦେଖିବାକୁ ମିଳିଥିଲା ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆକାଶରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖିବାକୁ ସାଧାରଣ ଲୋକ ନିଜ ନିଜ ଘରର ଛାତ ଏବଂ ରାସ୍ତା ଉପରକୁ ଚାଲିଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂର୍ଯ୍ୟଙ୍କ ବିରଳ ଦୃଶ୍ୟ ଦେଖିବା ପରେ ଏଭଳି ବିରଳ ଦୃଶ୍ୟକୁ ନେଇ ଚାଲୁଥିଲା ଆଲୋଚନା ପର୍ଯ୍ୟାଲୋଚନା। କିଏ ଏଭଳି ଦୃଶ୍ୟକୁ ଅଶୁଭ କହୁଥିବା ବେଳେ କିଏ ପୃଥିବୀ ପ୍ରତି ଉପରବାଲାଙ୍କ କିଛି ସଂକେତ ବୋଲି କୁହାକୁହିଁ ହେଉଥିଲେ। ଆଉ କିଏ କହୁଥିଲା ଆମ ପାଇଁ ସତର୍କର ସୂଚନା ଭିତ୍ତିକ ସାଙ୍କେତିକ ଦୃଶ୍ୟ ତ ଆଉ କିଏ କହୁଥିଲା ପୃଥିବୀରେ ପାପର ଭାର ବଢିଯିବା ଯୋଗୁଁ ସାବଧାନ ରହିବାକୁ ଏଭଳି ଆକାଶରେ ସଂକେତ ପ୍ରଦାନ କରିଛନ୍ତି ସ୍ୱୟଂ ଉପରବାଲା।