ନାକଟିଦେଉଳ: ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ଅନ୍ତର୍ଗତ କଞ୍ଚନପୁର ନିକଟସ୍ଥ ରଂଗିଆଖଣ୍ତିଠାରେ ଏକ ବାଇକ୍ରେ ଯାଉଥିବା ୨ ଆରୋହୀ ଦୁର୍ଘଟଣା ସମ୍ମୁଖୀନ ହୋଇ ରାସ୍ତା ପାର୍ଶ୍ବରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଏହି ରାସ୍ତା ଦେଇ ରେଢାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯାଉଥିଲେ। ଗୁରୁତର ହୋଇ ପଡିଥିବା ଦୁଇ ଯୁବକଙ୍କୁ ଦେଖି ସେ ଓ ତାଙ୍କ ସହିତ ଥିବା ବିଡିଓ ସେଠାରେ ଅଟକି ଥିଲେ। ବିଡିଓଙ୍କ ସରକାରୀ ଗାଡ଼ିରେ ଉଭୟଙ୍କୁ ନାକଟିଦେଉଳ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ବିଧାୟକ ଓ ବିଡିଓଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ମିଳିଥିବା ସୂଚନା ଅନୁସାରେ କିସିଣ୍ତା ଥାନା ଅନ୍ତର୍ଗତ ଖଣ୍ତିଆମୁଣ୍ତା ଗ୍ରାମର ପ୍ରଶାନ୍ତ ଲୁହା(୨୨) ଏବଂ ବିବେକ କୁମ୍ଭାର (୨୩) ଏକ ବାଇକ୍ (ଓଡ-୧୫ପି-୭୪୧୬)ରେ କିସିଣ୍ତା ପଟୁ ନାକଟିଦେଉଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ଉଭୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନୁମାନ କରାଯାଉଛି। ସେହିପରି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନାକଟିଦେଉଳ–ରେଢାଖୋଲ ରାସ୍ତାର ମା’ ବୁଢୀ ଢାବା ନିକଟରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ବାଇକ୍ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ରେଢାଖୋଲ ବିଧାୟକ
/sambad/media/post_attachments/wp-content/uploads/2020/11/MLA-Recovered-to-accident-man18_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)