ଭୁବନେଶ୍ବର/ରାଇରଙ୍ଗପୁର : ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ଶତାଧିକ କଂଗ୍ରେସ କର୍ମୀ। ଆଜି ନବୀନ ନିବାସରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟକାନ୍ତ ଖୁଣ୍ଟିଆ, ଜୋନ୍ ସଭାପତି ଭରତ ଭୂଷଣ ମହାନ୍ତ, ଗୌରହରି ପରମାଣିକ, ପୀତବାସ ବରଡ଼ା, ଦିଲ୍ଲୀପ ଦାସ, କୁଶାଲ ଧଳ, ଫିରୋଜ ଖାଁ, ନଗର ସଭାପତି ଭଜହରି ମହାନ୍ତ, ଜିଲ୍ଲା ମହିଳା କଂଗ୍ରେସ ଉପ-ସଭାନେତ୍ରୀ ସୋନାଲି ଅପରାଜିତା, ପୂର୍ବତନ ଓବିସି ସେଲ୍ ସଭାପତି ବିଜୟ ମହାନ୍ତ, ହେମନ୍ତ ବାରିକ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଆଡଭୋକେଟ୍ ସନତ କୁମାର ନନ୍ଦଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ ଏହି ଯୋଗଦାନ ମୟୁରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ସୁଶାନ୍ତ ଚୌଧୁରୀ, ରାଇରଙ୍ଗପୁର ନଗର ବିଜେଡି ସଭାପତି ବିଶ୍ବଜିତ ପଣ୍ଡା, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସାଜିଦ୍ ହୁସେନଙ୍କ ସମେତ ଖୁଦିରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବିଜେଡିରେ ଯୋଗଦେଲେ ରାଇରଙ୍ଗପୁର କଂଗ୍ରେସର ନେତା ଓ କର୍ମୀ
/sambad/media/post_attachments/wp-content/uploads/2019/04/Rairangpur-ra-satadhika-congress-karmi-nkn-bjd-re-jogadana-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)